ନୂଆପଡ଼ା -୧୩/୪ (ସୁରେନ୍ଦ୍ର ତିୱାରୀ) ଖଡ଼ିଆଳ ବ୍ଲକ ଚଲାନପଡ଼ା ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି। ଆସନ୍ତା ୧୭ ତାରିଖରୁ ୨୦ ତାରିଖ ଚାରି ଦିନ ବ୍ୟାପି ନାମ ଯଜ୍ଞ ଅନୁଷ୍ଠିତ ହେବ। ଗ୍ରାମର ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ, ଭାଇଭଉଣୀ , ନାରୀଶକ୍ତି, ଆବାଳବୃଦ୍ଧବନିତା ସହ କମିଟୀର ସମସ୍ତ କାର୍ଯ୍ଯକର୍ତ୍ତା ତଥା କମିଟି ସଦସ୍ଯ ସଦସ୍ଯାଙ୍କ ଉପସ୍ଥିତିରେ ଗ୍ରାମର ବୟୋଜ୍ୟଷ୍ଠ ଶୁଖୁରାମ ବାରିକଙ୍କ ସଭାପତିତ୍ବରେ ଏକ ଜରୁରୀକାଳୀନ ସାଧାରଣସଭା ଅନୁଷ୍ଠିତ ହୋଯାଇଅଛି । ଏଥିରେ ଷୋହଳ ପ୍ରହରୀ ନାମଯଜ୍ଞକୁ ସଫଳ କରିବା ପାଇଁ ସମସ୍ତଙ୍କ ମଧ୍ଯରେ ମତାମତ ଗ୍ରହଣ କରି ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିଲା । ଚଲାନପଡ଼ା ମହିଳା ଦଳ ନାମାରମ୍ଭ କରିବାକୁ କମିଟୀ ତଥା ଉପସ୍ଥିତ ଗ୍ରାମବାସୀମାନଙ୍କ ମଧ୍ଯରେ ସ୍ବୀକୃତି ପ୍ରଦାନ କରାଯାଇଥିଲା । ଉପରୋକ୍ତ ସଭାରେ ଶହ ଶହ ସଂଖ୍ଯାରେ ଜନ ସମାଗମ ହୋଇଥିଲା । ୩୨ ବର୍ଷ ପରେ ଗ୍ରାମରେ ନାମଯଜ୍ଞ ଆୟୋଜିତ ହେଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟ ରେ ଆଶାତୀତ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜନ୍ ପାଇଁ ଗ୍ରାମ ବାସୀମାନେ ଆଗେଇ ଆସିଛନ୍ତି। କମିଟୀର ସଭାପତି ସୁରେଶ କୁମାର ରାଉତ, ଉପସଭାପତି ବିଶ୍ବ ବିଜୟ ସିଂ ବାରିକ , ସଂପାଦକ ଅନନ୍ତ କୁମାର ବାରିକ, ସହ ସଂପାଦକ ପାର୍ଥସାରଥି ବାଗ , କୋଷାଧ୍ୟକ୍ଷ ଭାନୁ ପ୍ରତାପ ସିଂ ବାରିକ,କୋଷାଧ୍ୟକ୍ଷ ଭିକାରୀ ଚରଣ ରାଉତ ଗ୍ରାମର ବଳଦେବ ରାଉତ , ଭାବଗ୍ରାହୀ ବାରିକ, ଗୋବିନ୍ଦ ବିହାରୀ ବାରିକ , ପ୍ରହ୍ଲାଦ ପଣ୍ଡା , ଜୟରାମ ବାଗ , ଚିତ୍ତରଞ୍ଜନ ରାଉତ ପ୍ରମୁଖ ସହ ଗ୍ରାମବାସୀ ପ୍ରସ୍ତୁତି ବୈଠକ ରେ ଯୋଗ ଦେଇଥିଲେ।
