ନୂଆପଡ଼ା -୧୩/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ସହର ମଧ୍ୟରେ ହନୁମାନଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିଲା। ନିଜ ଦ୍ଵାର ମୁହଁ ରେ ଅନେକ ପ୍ରକାର ରଙ୍ଗୋଳି ଏବଂ କଳସ ଦୀପ ଜାଳି ଶୋଭା ଯାତ୍ରା କୁ ଭକ୍ତଗଣ ସ୍ବାଗତ ଜଣାଇଥିଲେ। ଦୀପଦାନ ଓ କଲସ ସ୍ଥାପନ କରି ହନୁମାନଙ୍କ ଜନ୍ମୋତ୍ସବ ପାଳନ ରେ ଶତାଧିକ ହନୁମାନ ଭକ୍ତ ଯୋଗଦାନ କରିଥିଲେ ଓ ଶେଷ ରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।
