Odisha news

ନୂଆପଡାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ “ଆମ ରୁଚି ଆମ ଖାଦ୍ୟ ” ପାଳିତ।

0
ନୂଆପଡା -୧୩/୪( ସୁରେନ୍ଦ୍ର ତିୱାରୀ) : ଏବେ ସମଗ୍ର ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ମହା ସମାରୋହରେ ଅନୁଷ୍ଠିତ ହେଉଛି। ଏହିକ୍ରମରେ  ଆଜି ନୂଆପଡାରେ ପାରମ୍ପରିକ ଖାଦ୍ୟ ଦିବସ “ଆମ ରୁଚି ଆମ ଖାଦ୍ୟ ”  ସମାରୋହ ପାଳିତ ହୋଇ ଯାଇଛି। ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ l ଏହି ପରମ୍ପରା କୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ  ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ ଏହି ଖାଦ୍ୟ ପାଳନ ସମାରୋହ ଆଜି  ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପାଳିତ ହୋଇଛି l  ସମାରୋହରେ  ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ l ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ  କୁରୁକ୍ଷେତ୍ର ନାୟକ ସଭା ଆୟୋଜନ କରିଥିଲେ । ନୂଆପଡା ବରିଷ୍ଠ ନାଗରିକ ମଞ୍ଚର  ମହିଳା ସଭାନେତ୍ରୀ ତଥା କବି ପ୍ରମୋଦିନୀ ପଣ୍ଡା, କାଉନସିଲର ଶିବାନନ୍ଦ ପାତ୍ର ଓ ଧରମ୍ ରାଜ ଶବର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ସମାରୋହରେ ନୂଆପଡା ସହରାଞ୍ଚଳର ୧୪ ଟି ସ୍ବୟଂ ସହାୟକ  ମହିଳା ଗୋଷ୍ଠୀ ପାରମ୍ପାରିକ ସୁସ୍ଵlଦୁ ଖାଦ୍ୟ  ଚାଉଳ ପୋଡ ପିଠା, ଆରିସା ପିଠା, ଚକୁଳି, ସିଝା ମଣ୍ଡା, ମୁଗ, ଚାଉଳ, ସୁଜି ମଣ୍ଡା,  ଗଇଁଠା ପିଠା, ମୁଗ ବରା, ଫେଣି,  କାକରା, ଦୁଦୁରା, ମାଣ୍ଡିଆ ପିଠା,   ଶାଗୁ ବରା  ଏବଂ ବିଭିନ୍ନ ଦେଶୀ ପଣା ପ୍ରଭୁତି  ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଜିଲ୍ଲାପାଳ କହିଲେ ଯେ ପିଠା ପଣା ହେଉଛି ଆମ ଓଡ଼ିଆ ସଂସ୍କୃତି ର ଏକ ଅଙ୍ଗ । ଆମର ବାର ମାସରେ ତେର ପର୍ବ ପାଳିତ ହୁଏ । ସବୁଥିରେ ବିଭିନ୍ନ ପିଠାପଣା ପ୍ରସ୍ତୁତ ହୋଇଥାଏ । ସେ ମା ଭଉଣୀ ମାନଙ୍କ ଏହି ସୁନ୍ଦର ସୁସ୍ୱାଦୁ ପିଠା ପଣାର ବହୁତ ପ୍ରଶଂସା କରିବା ସହିତ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ। କଦମ୍ ସଭାପତି ଯାଜ୍ଞସେନି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
 ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା, ନୂଆପଡା ବିଡ଼ିଓ ରୋହିତ ଭୋଇ, ବିଭିନ୍ନ ସ୍ବେଛାସେବୀ  ସଂଗଠନ ର କର୍ମକର୍ତ୍ତା  ସମେତ ମିଡ଼ିଆ ପ୍ରତିନିଧି  ଉପସ୍ଥିତ ରହି ସ୍ଵଂୟ ସହାୟିକା ଗୋଷ୍ଠୀ ମହିଳାଙ୍କ ପ୍ରସ୍ତୁତି ସୁସ୍ବାଦୁ ଖାଦ୍ୟର ସ୍ଵାଦ ପରଖି ଥିଲେ  l  ସମସ୍ତ ଗ୍ରୁପ୍ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା
Nalco
Leave A Reply