Odisha news

ସୌର ଶକ୍ତି ସଂଯୋଗ ନେଇ ଅନିଶ୍ଚିତତା 

0
ନୂଆପଡ଼ା -୧୩/୪ ( ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଳା ର କୋମନା, ବୋଡେ଼ନ, ସିନାପାଲି ଓ ଖରିଆର ବ୍ଲକ ରେ ସୌର ଶକ୍ତି ଚାଳିତ ପମ୍ପ ଜରିଆରେ ଗଭୀର ନଳକୂପରୁ ଉଠା ଜଳସେଚନ ବ୍ୟବସ୍ଥା ପାଇଁ ହଜାରେ ରୁ ଉର୍ଧ୍ଵ ଚାଷୀ ଅନଲାଇନ ଆବେଦନ କରିବାକୁ ପ୍ରାୟ ବର୍ଷେ ପୂର୍ତ୍ତି ହେବାକୁ ଯାଉଛି.। ଉଠାଜଳସେଚନ ନିଗମ ଦ୍ୱାରା କେବଳ ନଳକୂପ ଖନନ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବାପରେ ଏସବୁ ସ୍ଥାନରେ ସମ୍ପୃକ୍ତ ଠିକାଦାର ଙ୍କ ଦ୍ୱାରା ନଳକୂପ ଖନନପାଇଁ ବ୍ଲକ ପ୍ରତି ଗୋଟିଏ ଲେଖାଏଁ ନଳକୂପ ଖନନ ଯନ୍ତ୍ର ନିୟୋଜିତ କରାଯାଇଥିବା ଜଣାପଡିଛି।ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ୍ୟ ଏତେପରିମାଣ ର ନଳକୂପ ବ୍ଲକ ପ୍ରତି ନିୟୋଜିତ ମାତ୍ର ଗୋଟିଏ ଯନ୍ତ୍ର ଜରିଆରେ ଯଥା ସମୟରେ ଖନନ ସମାପ୍ତ କରିବା ଅସମ୍ଭବ ମନେହେଉଛି। ଭୁତଳ ଜଳ ଉତ୍ସ ଚି଼ହ୍ନଟ ପାଇଁ ଦୀର୍ଘ ଦୁଇମାସ ପୂର୍ବରୁ ହାଇଡ୍ରୋଲଜିକାଲ ପରୀକ୍ଷଣ ସରିଥିଲେ ମଧ୍ୟ କୋମନା ବ୍ଲକ ର ମହୁଲଭଟା, ବିଶ୍ୱନାଥପୁର, ପଏର, ବହଳମୁଣ୍ଡା ଭଳି ଅନେକ ଗ୍ରାମରେ ଏ ଯାଏଁ ନଳକୂପ ଖନନ ଆରମ୍ଭ କରାଯାଇନାହିଁ। ଫଳରେ ଚାଷୀ ଙ୍କୁ ନିରାଶ ହେବାକୁ ପଡିଛି। ଅପରପକ୍ଷେ ଏ ଯାଏଁ ସୌର ଶକ୍ତି ଯୋଗାଣ ପାଇଁ ଆବଶ୍ୟକ ଆନୁସଙ୍ଗିକ କାର୍ଯ୍ୟ ନିର୍ବାହ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିବାରେ ବିଳମ୍ବ କରୁଥିବାରୁ ଆଗାମୀ ଖରିଫ ଋତୁ ଆରମ୍ଭ ବେଳକୁ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଅନିଶ୍ଚିତତା ଦେଖା ଯାଇଛି।  ଦୁଇ ବର୍ଷ ପୂର୍ବେ ବିଦ୍ୟୁତ ଶକ୍ତି ଚାଳିତ ପମ୍ପ ଜରିଆରେ ଚାଷୀ ମାନେ ଉଠା ଜଳସେଚନ ପାଇଁ ଆବେଦନ କରିଥିବା ବେଳେ ଇତି ମଧ୍ୟରେ କେବଳ ନଳକୂପ ଖୋଳିବା କାମ ସରିଥିବା ଓ ଦୀର୍ଘ ଛ ମାସରୁ ଉର୍ଧ୍ଵ କାଳ ବିଦ୍ୟୁତ ସଂଯୋଗ ହୋଇ ପାରିନଥିବା ନେଇ ଚାଷୀ ମାନେ ବାରମ୍ବାର ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେବାସତ୍ୱେ ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି।
Nalco
Leave A Reply