ନୂଆପଡା-୧୬/୭- ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ, ଓଡ଼ିଶା ପ୍ରଦେଶ ,ନୂଆପଡା ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସଭାପତି ବସନ୍ତ ସିଂ ଠାକୁର(ପପ୍ପୁ) ଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ପୂର୍ବକ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ରେ ରାଜ୍ୟ ସଂଯୋଜକ ଶ୍ରୀ ଯଦୁମଣି ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।ସାରା ଭାରତ ବର୍ଷରେ ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱ ଜନ ସଂଖ୍ୟା ଦିବସ ଜୁଲାଇ ଏଗାର ଉପଲକ୍ଷେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତୁରନ୍ତ ଏକ ସଶକ୍ତ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଦେଶର ପାର୍ଲିଆମେଣ୍ଟରେ ପାରିତ କରି ଲାଗୁ କରିବା ପାଇଁ ଫାଉଣ୍ଡେସନ ତରଫରୁ ରାଷ୍ଟ୍ର ବ୍ୟାପି ଅଭିଯାନ ମୁତାବକ ଆଜି ଦାବିପତ୍ର ପ୍ରଦାନ କରାଯାଇଛି।ଜୁଲାଇ ଏଗାର ଓ ବାର ତାରିଖ ରବିବାର ତଥା ରଥଯାତ୍ରା ଛୁଟି ଥିବାରୁ ଜୁଲାଇ ତେଅର ରୁ ଜୁଲାଇ ସତର ମଧ୍ୟରେ ସାରା ରାଜ୍ୟ ରେ ଏ ଅଭିଯାନ ଚାଲିଛି।ସ୍ୱାଧୀନତା ସମୟରେ ଛତିଶ କୋଟି ଜନସଂଖ୍ୟା ଥିବା ଦେଶ ବର୍ତ୍ତମାନ ଏକ ଶହ ଚାଳିଶ କୋଟି ରେ ପହଂଚିଲାଣି।ପ୍ରତ୍ୟେକ ମିନିଟରେ ପଚାଶ ଜଣ ଶିଶୁ ଜନ୍ମ ଦେଉଥିବା ଭାରତ ବର୍ଷ ଏକ ଭୟଙ୍କର ଜନ ବିସ୍ଫୋଟ ପରିସ୍ଥିତି ରେ ଗତି କରୁଛି।ଜନବିସ୍ଫୋରଣ ହେତୁ ଭାରତରେ ବେକାରୀ,ଆଇନ ଶୃଙ୍ଖଳା ପରିସ୍ଥିତି,ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା,ବିଭିନ୍ନ ସରକାରୀ ଯୋଜନାର କ୍ରିୟାନ୍ଵୟନ ରେ ଗମ୍ଭୀର ସମସ୍ୟା,ସମସ୍ତ ଙ୍କୁ ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ରେ ସମ୍ବଳ ର ଅଭାବ,ଆତଙ୍କବାଦ,ନକ୍ସଲବାଦ,ସାମ୍ପ୍ରଦାୟିକତା ଇତ୍ୟାଦି ଉତ୍କଟ ସମସ୍ୟା ମୁଣ୍ଡଟେକିବା ସହିତ ଭାରତ ର ଏକତା,ଅଖଣ୍ଡତା ଓ ବିକାଶ ରେ ବାଧକ ସାଜିଛି।ଅସନ୍ତୁଳିତ ଜନସଂଖ୍ୟା ଦେଶର ସଂସ୍କୃତି,ଅସ୍ମିତା,ଇତିହାସ ଓ ଗୌରବଶାଳୀ ପରମ୍ପରା ପ୍ରତି ଘୋର ବିପଦ ସୃଷ୍ଟି କରୁଛି।ତେଣୁ ବର୍ଦ୍ଧିତ ଜନସଂଖ୍ୟା ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ସକାଶେ ଏକ ସଶକ୍ତ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବା ସମୟର ଆହ୍ୱାନ ଓ ଡାକରା ଅଟେ।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଭକ୍ତ ଧରୁଆ,ଉଜ୍ଜ୍ୱଳ ତିୱାରି,ଈଶ୍ୱର ଶବର,ଡରେଶ୍ୱର ପଟେଲ,ମୁନ୍ନା ହରିଜନ ଓ ଶତାଧିକ କର୍ମକର୍ତ୍ତା ସାମିଲ ହୋଇ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
Comments are closed.