ନୂଆପଡ଼ା -୮/୪ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତ ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନିତା ପଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ପ୍ରେମ ଅଗ୍ରୱାଲ, କଳାହାଣ୍ଡି ସାଂସଦ ପ୍ରତିନିଧି ଓ ଅଭିନନ୍ଦନ ପଣ୍ଡା ବିଜେପି ନୂଆପଡା ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି,ମୁଖ୍ୟ ବକ୍ତା ଭାବେ ଗୌରାଙ୍ଗ ସାହୁ ସହକାରୀ ଶିକ୍ଷକ ରାଜା ଏଟି ହାଇସ୍କୁଲ ଖରିଆର ଓ ସମ୍ମାନିତ ଅତିଥି ଭାବେ ଚନ୍ଦନ କୁମାର ଠାକୁର କୋମନା ବ୍ଲକ ବିଜେପି ସଭାପତି, ଯମୁନା ହରିଜନ ସରପଞ୍ଚ ଟିକ୍ରାପଡା ଗ୍ରାମପଞ୍ଚାୟତ, ରୋମାଞ୍ଜଳୀ ଭିତ୍ତ୍ରୀଆ ସମିତି ସଭ୍ୟ ଟିକ୍ରାପଡା ଗ୍ରାମପଞ୍ଚାୟତ, ରଣଜିତ ସିଂ ଦଣ୍ଡସେନା ବିଦ୍ୟାଳୟ ପରିଚାଳନା କମିଟି ସଭାପତି,ରାଧାକାନ୍ତ ତାଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋମନା ଗୌରଚନ୍ଦ୍ର ରଣା ସିଆର ସିସି ଟିକ୍ରାପଡା କ୍ଲଷ୍ଟର, ବରିଷ୍ଠ ଶିକ୍ଷକ ନଗେନ୍ଦ୍ରନାଥ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଯୁବଲେଶ୍ଵର ନାୟକ ଓ ରାଜେନ୍ଦ୍ର ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲୁ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀପାଠ ଉପସ୍ଥାପନ କରିଥିଲେ। ଉପରୋକ୍ତ ବାର୍ଷିକ ଉତ୍ସବରେ ଅତିଥି ମାନେ ଦୀପ ପ୍ରଜ୍ବଳନ କରି ବିଦ୍ୟାଳୟର ଆଭିମୁଖ୍ୟ ଓ ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କର ପ୍ରଗତି ଉପରେ ବିଶଦ ରୂପେ ଆଲୋଚନା କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନେ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ ଏବଂ କାର୍ଯ୍ୟକ୍ରମ ଆନନ୍ଦ ନେଇଥିଲେ। ଶିକ୍ଷା ହେଉଛି ସମାଜର ଦର୍ପଣ. ସେହି ଶିକ୍ଷା ବିଦ୍ୟାଳୟ ରେ ହିଁ ଉପାର୍ଜନ କରାଯାଏ.ବିଦ୍ୟାଳୟ ହେଉଛି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଜ୍ଞାନ ର ମନ୍ଦିର .ଯେଉଁଠି ଛାତ୍ରଛାତ୍ରୀ ମାନଙ୍କର ମାନସିକ, ଶାରୀରିକ, ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ପଥ ଆବିଷ୍କାର ହୋଇଥାଏ।ଯେଉଁଠି ଜ୍ଞାନ ଲାଭ ସହିତ ଆଚାର, ବ୍ୟବହାର,ଭାଷା, ସଂସ୍କୃତି, ଚାଲିଚଳଣ ଓ ରାଷ୍ଟୀୟ ଏକତା ଶିକ୍ଷା ଲାଭ କରାଯାଏ। ଏହି ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନେ ଶିକ୍ଷା ଲାଭ କରି ଚରିତ୍ର ଗଠନ, ରାଷ୍ଟ୍ର ନିର୍ମାଣ, ଐତିହ୍ୟ, ପରମ୍ପରା, ଲୋକ ଗୀତ, ସଂଗୀତ, ବାଦ୍ୟ, ଲୋକ କଳା ଓ ନୃତ୍ୟ ସୁରକ୍ଷା ସହ ଭବିଷ୍ୟତ ନିର୍ମାଣ କରନ୍ତି ଓ ରାଷ୍ଟ୍ରର ଦାୟାଦ ରୂପେ ପରବର୍ତ୍ତୀ ମୁହୂର୍ତ୍ତରେ ଦେଶ ସେବାରେ ଅଗ୍ରସର ହୋଇ ଦେଶ ଓ ରାଜ୍ୟର ଗୌରବ ବର୍ଦ୍ଧନ କରିଥାନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପାଠ୍ୟ ଓ ସହ ପାଠ୍ୟ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା।