ନୂଆପଡ଼ା-୧୬/୭-ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି ) ଖଡ଼ିଆଳ ସ୍ଥିତି କସ୍ତୁରବା ଗାନ୍ଧୀ ବାଳାଶ୍ରମ ଅନ୍ତେବାସୀ ଛାତ୍ର ଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଟେବଲେଟ ମାଧ୍ୟମରେ ଗୋଷ୍ଠୀଗତ ଶିକ୍ଷା ଗ୍ରହଣ କରୁଅଛନ୍ତି। କୋଭିଡ ମହାମରୀ ମନୁଷ୍ୟ ଜୀବନକୁ ଆନେକ ଶିକ୍ଷା ପ୍ରଦାନ କରିଥିବା ବେଳେ ଅତ୍ୟାଧୁନିକ ଡ଼ିଜିଟାଲ ର ବହୁଳ ବ୍ୟବହାର କରିପାରୁଛନ୍ତି। ଡିଜିଟାଲ ଭାରତ ପ୍ରକୃତରେ କୋଭିଡ ପରିସ୍ଥିତିରେ ଶିକ୍ଷାର ବିକଲ୍ପ ରୂପେ ମାନବୃଦ୍ଧି କରି ଆଲୋକ ଦେଖାଇଛି। ଛାତ୍ର ଛାତ୍ରୀମାନେ ନିଜ ଘରେ କିମ୍ବା ବାଳାଶ୍ରମରେ ରହି ଶିକ୍ଷାଗ୍ରହଣ କରିପାରୁଛନ୍ତି। ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରିଥିବା ଯୋଗୁଁ ଉତ୍ତମ ଶିକ୍ଷା ଗ୍ରହଣରେ କୌଣସି ସମସ୍ୟା ଦେଖାଯାଉନଥିବା ପରିଲକ୍ଷିତ ହେଉଛି।
Comments are closed.