Odisha news

“ସଂସ୍କୃତିର ନୂତନ ଦୃଷ୍ଟିକୋଣ ଇଂରାଜୀ ପ୍ରବନ୍ଧ” ପୁସ୍ତକ ଉନ୍ମୋଚିତ

ନୂଆପଡା-୧୬/୭-ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଖଡ଼ିଆଳ ସାହିତ୍ୟ ସାଧନାର ଦୀକ୍ଷା ଭୂମିରେ ବିଭିନ୍ନ ଭାଷା ସାହିତ୍ୟର ସମୃଦ୍ଧିକରଣ ଉନ୍ମୋଚନର ମହାକୁମ୍ଭ ପାଲଟିଛି ଖଡ଼ିଆଳ। ଅଧ୍ୟାପକ ଲୋହିତାକ୍ଷ ଯୋଶୀଙ୍କ ରଚିତ ଇଂରାଜୀ ପ୍ରବନ୍ଧ, “ସଂସ୍କୃତିର ନୂତନ ଦୃଷ୍ଟିକୋଣ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି।ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ ଦ୍ବାରା ପୁସ୍ତକ ଉନ୍ମୋଚନ ଅନୁଷ୍ଟିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଅଵସର ପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇ ସଂସ୍କୃତିର ଭଲ ଏବଂ ଖରାପ ଅଭ୍ୟାସ ଉପରେ ଆଲୋକପାତ କରିଥିଲେ।

ଏହି ପୁସ୍ତକ କୁ ସମୀକ୍ଷା କରି ଡିଏଭି କଲେଜ ର ପୂର୍ବତ୍ତନ ଅଧ୍ୟାପକ ଡଃ. ଗୋବର୍ଦ୍ଧନ ସାହୁ ୧୧ ଗୋଟି ବ୍ୟକ୍ତିଗତ ଆଲେଖ୍ୟ ସଂସ୍କୃତି ବିଷୟ ବସ୍ତୁର ପ୍ରକୃତ ଅର୍ଥ ଉଜୀବିତ କରୁଅଛି ବୋଲି ପ୍ରକାଶ କରିଥିଲେ। ସଭାରେ ଡ଼ଃ.ଫାନିନ୍ଦମ ଦେଓ ସଭାପତିତ୍ବ କରିଥିବା ବେଳେ ନିଜ ସଭାପତି ଭାଷଣରେ ପୁସ୍ତକର ଲେଖକ ଅଞ୍ଚଳର ସଂସ୍କୃତି ପ୍ରଥାକୁ ନ୍ୟାୟ ପ୍ରଦାନ କରିବା ସହ ନୂତନ ଅନୁଶୀଳରେ ଅନେକ ତଥ୍ୟ ସମ୍ମୁଖରେ ଆସିବ ବୋଲି କହିଥିଲେ। ସଭାରେ କଣ୍ଟାବାଞ୍ଜି କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ଲୋକଦୃଷ୍ଟି ସମ୍ପାଦକ ଅବନୀ ମୋହନ ପାଣିଗ୍ରାହୀ ପ୍ରମୁଖ୍ୟ ଉପସ୍ଥିତ ଥିଲେ। ଡ଼ଃ.ସାମୁଏଲ ଦାନୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଡ଼ଃ.ଶୁଶାନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.