Odisha news

ଜିଲ୍ଲା କୁ ଯୋଗାଣ ହେଲା କୋଭିଡ ଭେକ୍ସିନ

ନୂଆପଡା-୧୫/୭ ସକାଳ ଖବର(ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ଷ୍ଟକ ରେ କୋଭିଡ ଭେକ୍ସିନ ଶେଷ ହୋଇଥିବା ବେଳେ ଗତକାଳି ରାଜ୍ୟ ରୁ ଆଠ ହଜାର ଡୋଜ ଭେକ୍ସିନ ଆସି ପହଞ୍ଚିଥିବା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ବିନୋଦ ବିହାରୀ ରଥ ପ୍ରକାଶ କରିଛନ୍ତି। ଆଜି ଜିଲ୍ଲାର ସମସ୍ତ ଟିକାଦାନ କେନ୍ଦ୍ରରେ ଭେକ୍ସିନ କାର୍ଯ୍ୟକ୍ରମ ଚାଲୁ ହୋଇଅଛି। ଖଡ଼ିଆଳ ମହିଳା କଲେଜ ରେ ବରିଷ୍ଠ ସାମ୍ବାଦିକ ରୁଦ୍ରରାଜ ବାଗ ଦ୍ବିତୀୟ ଡୋଜ କୋଭିଡ ଟିକା ନେଇଛନ୍ତି। ସେ ସୁସ୍ଥ ଥିବା ବେଳେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ସମସ୍ତେ ଆସି ଟିକା ନେବାକୁ ଆହ୍ବାନ କରିଛନ୍ତି। ଜିଲ୍ଲାର ଜନସାଧରଣଙ୍କ ମଧ୍ୟରେ ଟୀକା ନେବା ପାଇଁ ଆଶାତୀତ ଉତ୍ସାହ ପରିଲକ୍ଷିତ ହେଉଛି।

Comments are closed.