Odisha news

କସ୍ତୁରବା ଗାନ୍ଧୀ ମାତୃନିକେତନରେ ନିଆରା ବାହାଘର

ପଦ୍ମପୁର (ରିପୋର୍ଟ – ନିରୋଜ କୁମାର ପାଣୀ) : ନାଁ ଟି ତାଙ୍କର କିରଣ । ପିଲାବେଳୁ ସେ ନିଜ ମା ‘ ବାପାଙ୍କୁ ଦେଖିନାହାନ୍ତି । ୨୦୦୦ ମସିହା ଜାନୁଆରୀରୁ ସେ ବରଗଡ଼ ଜିଲା କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ରହି ଆସୁଥିଲେ । ବୁଧବାର କିରଣଙ୍କୁ ମିଳିଛି ତାଙ୍କ ଜୀବନସାଥୀ | ସେ ଦଶମ ଶ୍ରେଣୀର ଉତ୍ତିର୍ଣ୍ଣ କଲାପରେ ତାଙ୍କୁ DDUGKY ତାଲିମ କେନ୍ଦ୍ର କୁ ନର୍ସିଙ୍ଗ ଟେନିଙ୍ଗ ନିମନ୍ତେ ପଠାଯାଇଥିଲା । ତାଲିମ ଶେଷ କରି ବିକାଶ ମଲ୍ଟି ସ୍ପେଶାଳିଟି ହସ୍ପିଟାଲ ରେ ସେ କାର୍ଯ୍ୟରତ ଥିଲେ । କିରନ ର କେହି ଅଭିଭାବକ ନାହାନ୍ତି । ସେ ସଂପୂର୍ଣ୍ଣ ଭାବରେ ଅନୁଷ୍ଠାନ କୁ ହିଁ ତାଙ୍କ ଘର ଓ ଅନ୍ତେବାସୀଙ୍କୁ ହିଁ ତାଙ୍କର ପରିବାର ମାନିଛନ୍ତି । କିରନ ଙ୍କ ଜୀବନ ରେ ମଧ୍ଯ ଅନେକ ଶୁଭ ମୁହୁର୍ତ୍ତ ଆସିଛି । ଆଜି ସେ ଗୋଡଭଗା ସ୍ଥିତ ରମେଶ ପଟେଲ ଙ୍କ ପୁଅ ଜିଲ ପଟେଲ ଙ୍କୁ ବିବାହ କରିଛନ୍ତି ।

ଉକ୍ତ ବିବାହ ଟିକୁ କସ୍ତୁରବା ଗାନ୍ଧୀ ମାତୃନିକେତନ ର ଅନ୍ତେବାସୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଙ୍କ ଆନୁକୁଲ୍ଯରେ ଗୋଡଭଗା ସ୍ଥିତ ସାଇ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । ବିବାହ ଟି ଅତି ନିଆରା ଢଙ୍ଗରେ ପାଳିତ ହୋଇଥିଲା । ଏଥିରେ କସ୍ତୁରବା ଗାନ୍ଧୀ ମାତୃନିକେତନ ମ୍ଯାନେଜ କମିଟୀ ସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ପାଣିଗ୍ରାହୀ,ସଂପାଦିକା ମମତା ପୁରୋହିତ,ଉପ ସଭାନେତ୍ରୀ ମମତା ଦାସ,ଭାରତୀ ଶତପଥୀ,ଭାରତୀ ପଟ୍ଟନାୟକ,ବିଜୟା ପଣ୍ତା,ଅନିତା ଛତର,ନିରୂପମା ମହାପାତ୍ର ଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମୁଖ୍ଯ ମଞ୍ଜୁ ଇକ୍କା,ସୁରେନ୍ଦ୍ର ଦାସ,ସରୋଜ ପ୍ରଧାନ,ଜୟନ୍ତି ହିଆଲ,ମମତା ମେହେର ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନ ମ୍ଯାନେଜମେଣ୍ଟ ଙ୍କ ସହମତି କ୍ରମେ ଶିଶୁ ମଙ୍ଗଳ ସମିତିର ସୁଜିତ ଦାସ ତାଙ୍କ ଧର୍ମପତ୍ନୀ କିରନ ର କନ୍ୟାଦାନ କରିଥିଲେ । ଅନୁଷ୍ଠାନ ଅଧ୍ୟକ୍ଷ ନିର୍ମଲ କୁମାର ଗିରୀ,ସଞୀବ ଦାସ,ଦୁର୍ଯ୍ୟୋଧନ ତ୍ରିପାଠୀ,ସୁରଭି ବାରିକ,ଯଶୋବନ୍ତ ଭୁଏ,ବାସନ୍ତୀ ମଟାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ସହକର୍ମୀ ସୁରେତା ପଣ୍ତା,ତିଲକରାମ ମାଝୀ,ସୁକାନ୍ତି ପଟେଲ,ରଞ୍ଜିତା ସାହୁ,ବିରଞ୍ଚି ନାଏକ,କିରନ ଭାରତୀ ଆଦି ସହଯୋଗ କରିଥିଲେ ।

 

Comments are closed.