ନୂଆପଡ଼ା-୧୬/୩ (ସୁରେନ୍ଦ୍ର ତିୱାରୀ) କାର ଧକ୍କା ରେ ସପ୍ତମ ଶ୍ରେଣୀ ଛାତ୍ର ମୃତ। ମୃତ ପରିବାର ଙ୍କୁ ସରକାରୀ ସହାୟତା ଓ ଅଭିଯୁକ୍ତ କୁ ଗିରଫ କରିବା ଦାବି ରେ ତାତିଲେ ଆଦିବାସୀ ସଙ୍ଘ। ପାଖାପାଖି ଦୁଇ ଘଣ୍ଟାକାଳ ଜାତୀୟ ରାଜପଥ ୩୫୩ ଏକତା ଛକ ନୂଆପଡା ଉପରେ ମୃତଦେହ ରଖି ରାସ୍ତାରୋକ କରିଥିବା ବେଳେ ଘଟଣା ସ୍ଥଳରେ ନୂଆପଡା ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରି ଉପ ଜିଲ୍ଲାପାଳଙ୍କ ସହ ଫୋନ ରେ କଥା ହେବାପରେ ହଟିଥିଲା ରାସ୍ତାରୋକ। ଆନ୍ଦୋଳନକାରି ଙ୍କ ଅଭିଯୋଗ ଅନୁସାରେ, ଶନିବାର ପ୍ରାୟ ୪ଟା ସମୟ ରେ ଖଳନା ଗ୍ରାମ ର ଜଣେ ସପ୍ତମ ଶ୍ରେଣୀ ଛାତ୍ର ଘନରାମ ମାଝୀ (୧୨) ଯିଏ ଅନ୍ଵେଷା ଛାତ୍ରାବାସରେ ରହି ପାଠ ପଢୁଥିଲେ। ରାସ୍ତା ରେ ଯିବା ସମୟରେ ଏକ କାର ଧକ୍କା ଦେଇଥିଲା ଯାହାକୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଗାଡି ଚାଳକ ଜଣକ ନୂଆପଡା ବ୍ଲକ ଅଧ୍ୟକ୍ଷାଙ୍କ ଦିଅର ପ୍ରେମ କୁମାର ସାହୁ ବୋଲି ଅଭିଯୋଗ ଆସିଛି। ପ୍ରତ୍ୟକ୍ଷଦର୍ଶି ଙ୍କ କହିବା ଅନୁସାରେ ପ୍ରେମ କୁଆଡେ ମୋବାଇଲ ରେ କଥା ହେବା ଶହ ଦ୍ରୁତ ଗତିରେ ଯାଉଥିଲେ, ଯାହା ପାଇଁ ଦୁର୍ଘଟଣା ଘଟିଥିବା କୁହା ଯାଉଛି। ଯାହାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଭାନୁ ପ୍ରତାପ ସିଂ ମାଝୀ ଙ୍କ ନେତୃତ୍ୱରେ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀ ରେ ନୂଆପଡ଼ା ଏକତା ଛକ ଠାରେ ଚକା ଜାମ କରିଥିଲେ। ଆନ୍ଦୋଳନ ରତ ସ୍ଥାନୀୟ ନେତା ଭାନୁ ପ୍ରାତପ ମାଝି, କମଲେଶ ଠାକୁର ପ୍ରମୁଖ ସହ କଥାବାର୍ତ୍ତା ବୁଝାସୁଝା କରି ରେଡକ୍ରସ୍ ପାଣ୍ଠି ରୁ ୨୦ ହଜାର ଟଙ୍କା କ୍ଷତି ପୂରଣ ଦେବା ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ସୂଚନା ଯୋଗ୍ୟ ଯେ ଏହା ପୂର୍ବ ରୁ ଉପରୋକ୍ତ ବ୍ୟକ୍ତି ପ୍ରେମ ସାହୁ ହିରୋ ଶୋରୁମ ମାଲିକ ଦୁଇ ଦୁଇ ଥର ପୃଥକ୍ ପୃଥକ୍ ସ୍ଥାନ ରେ ଦୁର୍ଘଟଣା କରି କାର ମଡାଇ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇ ନାହିଁ। ବଡ ଭାଇ ଜଣେ ପ୍ରଭାବଶାଳୀ ବ୍ୟକ୍ତି ପୁର୍ବତନ ବ୍ଲକ ଅଧ୍ୟକ୍ଷ ଓ ବିରଷ୍ଠ ଆଇନଜିବୀ ଓ ବର୍ତ୍ତମାନ୍ ନୂଆପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ହୋଇଥିବାରୁ ପୋଲିସ କୁଆଡେ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି । ଉପରୋକ୍ତ ଦୁର୍ଘଟଣା ସମ୍ପର୍କରେ ଧରମବନ୍ଧା ଓ ନୂଆପଡ଼ା ପୋଲିସ ସହ ଯୋଗା ଯୋଗ କରି ବୁଝିବାରୁ କହିଥିଲେ ଯେ ଆମ ଥାନା ଅଞ୍ଚଳ ରେ ଦୁର୍ଘଟଣା ହୋଇ ନାହିଁ ଏହା ଛତିଶଗଡ଼ ରାଜ୍ୟର ସୀମାନ୍ତ ଖଟ୍ଟି ଗ୍ରାମ କୋମାଖାନ ଥାନା ଅଞ୍ଚଳ ରେ ଦୁର୍ଘଟଣା ହୋଇଛି ଏଣୁ କୋମାଖାନ୍ ଥାନା ରେ ଦୁର୍ଘଟଣା ସମ୍ପର୍କରେ ପଚାରନ୍ତୁ।