ନୂଆପଡ଼ା – ୧୧/୨(ସୁରେନ୍ଦ୍ର ତିୱାରୀ) : ଆଜି ସୁରକ୍ଷିତ ଇଣ୍ଟରନେଟ ଦିବସ ପାଳନ ଅବସରରେ ନୂଆପଡ଼ା ଜିଲ୍ଲପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ କିପରି ବର୍ତ୍ତମାନ ସମୟରେ ଇଣ୍ଟରନେଟ ବ୍ୟବହାର କରିବେ ଏବଂ କଣ କରିବା ନାହିଁ ତା ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡି ଆଇ ଓ, ଡି ଜି ଏମ, ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଡି ଆଇ ଓ, ଏନଆଇସି ଇଣ୍ଟର୍ନେଟ୍ ବ୍ୟବହାର କରି ଜନସାଧାରଣ କେମିତି ବିଭିନ୍ନ ଠକାମିର ଶିକାର ହୁଅନ୍ତି, ଇଣ୍ଟରନେଟ ବ୍ଯବହାର ସଠିକ୍ ଭାବରେ କରିବା ଉପରେ ସମସ୍ତଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ ।
ଏହା ପରେ ଡିଆଇଓ ବିନୟ କୁମାର ତିୱାରୀ ଏବଂ ଡିଜିଏମ ବୀରେନ୍ଦ୍ର ସିଂହ ଦଣ୍ଡସେନା ନୂଆପଡ଼ା ସରକାରୀ ପଲିଟେକନିକ୍ , ନୂଆପଡ଼ା ରେ କର୍ମଶାଳା କରିଥିଲେ, ଛାତ୍ର ଛାତ୍ରୀ ଉତ୍ସୁକତାର ସହିତ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ ଏବଂ ଉତ୍ତର ମଧ୍ୟ ଦେଇଥିଲେ ।