Odisha news

୬ ବର୍ଷ ଧାଁ ଦୌଡ଼ ପରେ ମଧ୍ୟ ମିଳୁନି ରାସନ କାର୍ଡ ଖଣ୍ଡେ

ନୂଆପଡା- ୧୨/୭ – ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ ) : ବୋଡେ଼ନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମ ପଞ୍ଚାୟତର ପଲସାମାଲ ଗ୍ରାମର ଦୁର୍ଗାପ୍ରସାଦ ନାଏକ ରାସନ କାର୍ଡ ପାଇଁ ବ୍ଲକ ଅଫିସ କୁ ୬ ବର୍ଷ ହେବ ଧାଁ ଦୌଡ଼ କରି ଚକର କାଟୁଛନ୍ତି ହେଲେ ତାଙ୍କ ଗୁହାରି ଶୁଣିବାକୁ ଅଧିକାରୀଙ୍କ ସମୟ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସରକାର ଗରିବ ନିରୀହ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ଏବଂ କରୋନା ମହାମରି ସମୟରେ ଫ୍ରି ଚାଉଳ ମଧ୍ୟ ଯୋଗାଉଛନ୍ତି । ଅନେକ ହିତାଧିକାରୀଙ୍କ ଆଧାର ଲିଙ୍କ ନାହିଁ, କାହାର ଥମ୍ପ କାମ ଦେଉନାହିଁ। କିନ୍ତୁ ପ୍ରଶାସନ ଓ କର୍ମଚାରୀ ଙ୍କ ଏହି ଭଳି ଅବହେଳା କାରଣ ରୁ କେତେ ପରିବାର ଯେ ଭୋକ ଉପାସରେ ଦିନ କାଟୁଛନ୍ତି ତାହା ନଜରକୁ ନାହିଁ ।

ରାସନ ସାମଗ୍ରୀ ସତରେ ମହାମରୀ ପରିସ୍ଥିତି କାମଧନ୍ଦା ଅଭାବ ବେଲେ ମାଗଣା ଚାଉଳ ଗହମ ହିତାଧିକାରୀଙ୍କ ଜୀବନ ନିର୍ବାହରେ ସହାୟତା ହୋଇପାରୁଛି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ରେ ସମସ୍ତ ପେଟକୁ ଆହାର ଯୋଗାଇଛନ୍ତି। ଫରସରା ଗ୍ରାମପଞ୍ଚାୟତ ପଲସାମାଲ ଗ୍ରାମରେ ଦୁର୍ଗାପ୍ରସାଦ ନାଏକ (୪୦) ସ୍ତ୍ରୀ ବିମଳା ନାଏକ (୩୨) ବଡ଼ ଝିଅ ରିତୁସ୍ମିତା ନାଏକ(୧୪) ପୁଅ ଗୌତମ ନାଏକ (୨୪) ଏବଂ ସାନପୁଅ ଏକଲବ୍ୟ ନାଏକ (୭) ଗୋଟେ ପରିବାରରେ ପାଞ୍ଚ ଜଣ ସଦସ୍ୟ ରହିଛନ୍ତି । କୁଳି ମଜୁରୀ କରି ଗୁଜୁରାଣ ମେଣ୍ଟାଉ ଥିବା ପରିବାର ଲୋକ ୬ ବର୍ଷ ହେବ କେମିତି ଭାବରେ ତାଙ୍କ ପରିବାର ପ୍ରତିପୋଷଣ କରୁଥିବେ ତାହା ସହଜେ ଅନୁମେୟ । ଏହି ପରିବାର କୁ ରାସନ କାର୍ଡ ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।

Comments are closed.