Odisha news

ନୂଆପଡା : ଋଣ ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

ନୂଆପଡା- ୧୧/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସ୍ବାଧାଦେଵ ସିଂ ଙ୍କ ଅଧ୍ୟକ୍ଷତା ରେ ବ୍ୟାଙ୍କର ସହ ଜିଲ୍ଲାରେ ଋଣ ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ୟାଙ୍କ ର ସାଧାରଣ ପ୍ରବନ୍ଧକ, ମୁଖ୍ୟ ପ୍ରବନ୍ଧକ ଓ ଶାଖା ପ୍ରବନ୍ଧକ ମାନେ ଯୋଗ ଦେଇ ବର୍ତ୍ତମାନ ମହାମରୀ ପରିସ୍ଥିତିରେ ଜନସାଧାରଣ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବ୍ୟକ୍ତି ବିଶେଷ ଙ୍କ ପାଇଁ ଋଣ ଵ୍ୟଵସ୍ଥା ଉପରେ ଜିଲ୍ଲାପାଳ ସମ୍ମୀକ୍ଷା କରିଥିଲେ। ବିଶେଷ କରି ଡି.ଆର.ଆଇ, କେ.ସି.ସି, ଏବଂ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ କିପରି ଆତ୍ମନିର୍ଭରଶୀଳ କରିହେବ ସେ ନେଇ ଋଣ ଵ୍ୟଵସ୍ଥା ଉପରେ ଗୁରୁତ୍ବ ଦେଇଥିଲେ।

Nalco

Comments are closed.