ନୂଆପଡା- ୧୧/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ ମହେଶ୍ଵର ଗ୍ରାମ ରେ ବସବାସ କରନ୍ତି । ଜୟରାମ ସୁନାନୀ ଓ ପିତା କଂସ ସୁନାନୀ ପରିବାର। ତାଙ୍କ ମୁଣ୍ଡ ଉପରେ ପକ୍କା ଛାତ ଟିଏ ନାହିଁ। ଖପର ନଡା ଏବଂ ପୋପୋଲିଥିନ ରେ ଘର କରି ବର୍ଷା ଶୀତ ଖରାରେ ଜୀବନ ଅତିବାହିତ କରିଥାନ୍ତି। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଛନ୍ତି।
ଏ ବର୍ଷ ର ସାମାନ୍ୟ ବର୍ଷାରେ ତାଙ୍କ ଘର ଭାଙ୍ଗି ଯାଇଅଛି। ପୁରା ବର୍ଷା ଋତୁ ବାକି ଅଛି ଏ ଭଳି ସ୍ଥିତି ରେ କଣ କରିବେ ବାଟ ଦେଖାଯାଉନାହିଁ। ଏ ପଟେ ସିନାପାଲି ତହସିଲ ପକ୍ଷରୁ ଏକ ତାରପୋଲିନ ପ୍ରଦାନ କରିଥିବା ପ୍ରକାଶ କରିଥିଲେ। ଏହି ପରିବାର ଙ୍କୁ ଆବାସ ଗୃହ ଯୋଜନାରେ ସାମିଲ କରିବାକୁ ସାଧରଣ ରେ ଦାବି ହେଉଛି ।
Comments are closed.