Odisha news

ସଫଳ ଉଦ୍ୟୋଗୀ ବଦନ ମେହେର ସମ୍ମାନୀତ

0
ନୂଆପଡ଼ା -୫/୧୨(ସୁରେନ୍ଦ୍ର ତିୱାରୀ ) : ଜିଲ୍ଲାପାଳ  ନୂଆପଡାଙ୍କ  ସମ୍ମିଳନୀ କକ୍ଷରେ ଜିଲ୍ଲା ଉଦ୍ୟୋଗ ପରାମର୍ଶ କମିଟି ବୈଠକ ଜିଲ୍ଲାପାଳ  ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ଋଣ ପ୍ରଦାନର ସମୀକ୍ଷା ସହିତ ସୁଭଦ୍ରା ଯୋଜନା ,ପିଏମ  ଜନମନ ଯୋଜନା , ଆର୍ଥିକ ଅନ୍ତର୍ଭୁକ୍ତ  କରଣ ଆଦି ବିଷୟରେ ବିଷଦ  ଭାବରେ ଆଲୋଚନା ହୋଇଥିଲା ।  ଏତଦ ବ୍ୟତୀତ ପ୍ରବାସୀ ଶ୍ରମିକ ରୋକିବା ପାଇଁ ବ୍ୟାଙ୍କ ଏବଂ ସମସ୍ତ ବିଭାଗର ସକ୍ରିୟ ପଦକ୍ଷେପ ଉପରେ ଚର୍ଚା  ହେବା ସହିତ ଏ ସବୁ ଯୋଜନାର କାର୍ଯପନ୍ଥାର ନିଷ୍ପତି ନିଆଗଲା ।
ବୈଠକର ପ୍ରାରମ୍ଭରେ ଖରିଆର ବ୍ଲକ ଡୁଆଝର ଗ୍ରାମର ସଫଳ ଉଦ୍ୟୋଗୀ  ବଦନ ମେହେର ଓ ତାଙ୍କ ପରିବାରକୁ ପୋଷାକ ତିଆରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଏଠାରେ ସୂଚନଯୋଗ୍ୟ ଯେ, ଶ୍ରୀ ମେହେର ବିଗତ ୧୨ ବର୍ଷ ତଳେ ବ୍ୟାଙ୍କ ଅଫ ଇଣ୍ଡିଆ ଖଡିଆଳ ଶାଖାରୁ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯକ୍ରମ ଜରିଆରେ ୧୦ ଲକ୍ଷ ଟଙ୍କା ଋଣ ନେଇ ଏକ ପୋଷାକ ତିଆରି ଉଦ୍ୟୋଗ ଆରମ୍ଭ କରିଥିଲେ । ତାଙ୍କର ନିରନ୍ତର ଉଦ୍ୟମ ଓ ସଫଳ ପରିଚାଳନା ବଳରେ ସେ ଏବେ ବାର୍ଷିକ କୋଟି କୋଟି ଟଙ୍କାର ପୋଷାକ ତିଆରି କାରବାର କରୁଛନ୍ତି l ଏଥିପାଇଁ ସେ ଉନ୍ନତ ମାନର ସିଲାଇ ଯନ୍ତ୍ରପାତି ସ୍ଥାପନ କରିଛନ୍ତି l ସେଥିରେ ଏଇ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ଵ ବେରୋଜଗାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିଛନ୍ତି । ଜିଲ୍ଲାପାଳ ଶ୍ରୀ ମେହେର ଙ୍କ ଉଦ୍ୟମ କୁ ପ୍ରଶଂସା କରିବା ସହିତ ସେ ଏଇ ଜିଲ୍ଲାର ଯୁବକ ଯୁବତୀ ମାନଙ୍କ ପ୍ରେରଣା ର ଉତ୍ସ ହୋଇ ରହିବେ ବୋଲି କହିଥିଲେ l ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଆରବି ଆଇ ପ୍ରତିନିଧି ,ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ଆଞ୍ଚଳିକ ପରିଚାଳକ , ବଲାଙ୍ଗୀର କେନ୍ଦ୍ରୀୟ ସହଯୋଗ ବ୍ୟାଙ୍କର ମୁଖ୍ୟ ଉନ୍ନୟନ ଅଧିକାରୀ , ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଶ୍ରୀ ସୀତାରାମ ମେହେର, ଜିଲ୍ଲା ଶିଳ୍ପ କେନ୍ଦ୍ରପରିଚାଳକ ସମିର ମୁଦୁଲି, ଜିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟ  ଏବଂ ସମସ୍ତ ବ୍ୟାଙ୍କ ମୁଖ୍ୟ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply