Odisha news

ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ ପରିସରକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗରିବ ଲୋକମାନେ ଯେଭଳି ସହଜରେ ନ୍ୟାୟ ପାଇପାରିବେ, ସେହିଭଳି ବ୍ୟବସ୍ଥା ହେବା ଦରକାର : ରାଷ୍ଟ୍ରପତି

0

ଭୁବନେଶ୍ବର: ନ୍ୟାୟ ମିଳିବାରେ ବିଳମ୍ବ ହେଲେ ନ୍ୟାୟ ନମିଳିବା ଭଳି ଅନୁଭବ ହୋଇଥାଏ। ନ୍ୟାୟିକ ବ୍ୟବସ୍ଥାରେ ଗରିବ ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି। ବାରମ୍ବାର କୋର୍ଟକୁ ଯିବା ପାଇଁ ସେମାନଙ୍କର ଲୋକବଳ ଓ ଅର୍ଥ ବଳ ନଥାଏ। ତେଣୁ ଗରିବ ଲୋକମାନେ ଯେଭଳି ସହଜରେ ନ୍ୟାୟ ପାଇପାରିବେ, ସେହିଭଳି ବ୍ୟବସ୍ଥା ହେବା ଦରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।

ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ ପରିସରକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଗୁରୁବାର ସନ୍ଧ୍ୟାରେ କହିଛନ୍ତି, ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଦେଶର ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ। ସାଧାରଣ ଲୋକ ଜାଣିପାରନ୍ତି ନାହିଁ ଯେ, କୋର୍ଟରେ ଓକିଲ କିଭଳି ଯୁକ୍ତି କରୁଛନ୍ତି ଏବଂ ବିଚାରପତି କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଚାର ଗୁଡ଼ିକ ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବା ଉଚିତ।

ଅଭିଭାଷଣର ଆରମ୍ଭରୁ ରାଷ୍ଟ୍ରପତି କହିଥିଲେ ମହାତ୍ମା ଗାନ୍ଧୀ ନ୍ୟାୟ ପାଇଁ ସଂଘର୍ଷ କରିଥିଲେ। ଏହି ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଖୁସି ଅନୁଭବ କରୁଛି। ଏହି କୋର୍ଟରେ ଏକାଧିକ କାର୍ଯ୍ୟକ୍ରମ ହୋଇପାରିବ। ବିଭିନ୍ନ ମାମଲାର ବିଚାର ହୋଇପାରିବ। ନବନିର୍ମିତ କୋର୍ଟରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

Leave A Reply