ସ୍ଵାସ୍ଥ୍ୟ ବିଭାଗ ବିଭିନ୍ନ ପାରାମିଟର ରେ ସମଗ୍ର ରାଜ୍ୟରେ ନୂଆପଡ଼ା ଜିଲ୍ଳାର ସ୍ଥିତି ଭଲ ଥିବାରୁ ଏହାକୁ ଜିଲ୍ଲାପାଳ ପ୍ରଶଂସା କରିବା ସହିତ ଆଗକୁ ଏହି ଧାରା ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ନବଜାତ ଶିଶୁ ମାନଙ୍କ ମୃତ୍ୟୁ ହାର କମାଇବାରେ ସବ୍ ଡିଭିଜନ ଡାକ୍ତଖାନା ଖରୀଆର ରାଜ୍ୟରେ ପୁରସ୍କୃତ ହୋଇଥିବାରୁ ଏଥିରେ ଉଲ୍ଲେଖନୀୟ ଅବଦାନ ଥିବା ଖରୀଆରର ଶିଶୁ ବିଶେଷଜ୍ଞ ଡଃ ମହେନ୍ଦ୍ର କୁମାର ମାଝୀ ଏଵଂ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ନୂଆପଡ଼ା ବ୍ଲକ୍ ର ସିଏଚଓ କନକ ବର୍ଦ୍ଧନ ସାହୁ ଓ ବୋଡ଼େନ ବ୍ଲକ୍ ର ଏ ଏନ୍ ଏମ୍ ତପସ୍ଵିନୀ ବାନ୍ଧିଛୋର୍ ଓ ଆଶା କର୍ମୀ ପୁଷ୍ପା ପଟେଲ ଙ୍କୁ ଉପଢୌକନ, ଟ୍ରଫି ଓ ମାନପତ୍ର ଦେଇ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲାପାଳ କହିଲେ ଯେ କୌଣସି ପରିସ୍ଥିତିରେ ବି ଆମେ ଜଣେ ହେଲେ ପ୍ରସୂତୀ ମା କିମ୍ବା ଶିଶୁ କୁ ମୃତ୍ୟୁ ବରଣ କରିବା ପାଇଁ ଦେବା ନାହିଁl ଏହାପରେ ଜିଲ୍ଲାପାଳ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିବାରଣ ବୈଠକ ରେ କହିଲେ ଯେ ଜିଲ୍ଲାରେ ଏବେ ଲିଙ୍ଗ ଅନୁପାତ ୧୦୦୦ ପୁରୁଷରେ ୯୪୯ ମହିଳା ଥିବାରୁ ଏହାକୁ ବୃଦ୍ଧି କରିବାକୁ ସମସ୍ତେ ଚେଷ୍ଟିତ ହେବେ l ବେଆଇନ କୌଣସି ଆଲଟ୍ରା ସାଉଣ୍ଡ କେନ୍ଦ୍ର କୁ ଜିଲ୍ଲାରେ ମୋଟେ ଚାଲିବାକୁ ଦିଆଯିବ ନାହିଁ l ସ୍ଵାସ୍ଥ୍ୟ ବିଭାଗ ର ସମସ୍ତ ଡ଼ାକ୍ତର,ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଉତ୍ସର୍ଗୀକୃତ ଉଦ୍ୟମ ହେଲେ ଆମ ଜିଲ୍ଲା ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଆହୁରି ସୁନାମ ଆଣି ପାରିବ l ଆଜିର ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଅତିରିକ୍ତ ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ , ସମସ୍ତ ଡାକ୍ତରଖାନା ର ମୁଖ୍ୟ ଡ଼ାକ୍ତର, ଜାତୀୟ ସ୍ଵାସ୍ଥ୍ୟ ମିଶନ ସମସ୍ତ କର୍ମଚାରୀ , ନର୍ସିଂ ଅଧିକାରୀ, ନର୍ସ, ପ୍ରମୁଖ ଯୋଗ ଦେଇଥିଲେ l