ନୂଆପଡ଼ା -୨୯/୧୧ (ସୁରେନ୍ଦ୍ର ତିୱାରୀ) : ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା ,ଡି ଏମ୍ ଓ ଡଃ ଲଳିତ ମୋହନ ବିଶି ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ l ଡି ପି ଏମ୍ ଓ ଦିଲ୍ଲୀପ ଦୁବେ ଓ ଡି ଏମ୍ ଆର୍ ସି ରଞ୍ଜନ କୁମାର ମହାନ୍ତି ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ ଉପଲବ୍ଧି ସମ୍ବନ୍ଧରେ ସୂଚନା ଦେଇଥିଲେ l ଜିଲ୍ଲାପାଳ ଙ୍କ ବିଭିନ୍ନ ଗସ୍ତ ସମୟରେ ତିନୋଟି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ନିଜେ ଭର୍ତ୍ତି କରି ସେମାନଙ୍କ ପ୍ରାଣ ରକ୍ଷା କରିଥିବାରୁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରଯାଇଥିଲା l ସମିକ୍ଷାରୁ ଜଣା ଗଲାଯେ ରାଜ୍ୟରେ ଟିକା କରଣ ରେ ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି l ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବ ହାର ୯୯ ପ୍ରତିଶତ l ଏବର୍ଷ ଏପ୍ରିଲ୍ ରୁ ଏପର୍ଯ୍ୟନ୍ତ ୨୯୩୪୩୦ ଜଣ ରୋଗୀ ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନା ରେ ପଞ୍ଜୀକୃତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ଜଣଙ୍କୁ ମାଗଣା ଔଷଧ ପ୍ରଦାନ କରା ଯାଇଛି l ୧୭୯୦୨୪ ଜଣଙ୍କ ବିଭିନ୍ନ ପରୀକ୍ଷା କରାଯାଇଛି l ୧୫୬୦୭ ଜଣଙ୍କୁ ଟେଲି ପରାମର୍ଶ ସେବା ଯୋଗାଇ ଦିଆଯାଇଛି l