Odisha news

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ” ଦ୍ଵାରା  କୁଇଜ୍ ପ୍ରତିଯୋଗିତା

0
ନୂଆପଡ଼ା – ୨/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା ସିନାପାଲି ହାଇସ୍କୁଲ ଠାରେ ସିନାପାଲି ବ୍ଲକ ସ୍ତରୀୟ କୁଇଜ୍  ତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଛି । “ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ” ଦ୍ୱାରା ଆୟୋଜିତ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ପ୍ରଦ୍ଯୁମ୍ନ କୁମାର ନାୟକ, କବିର ରଞ୍ଜନ ସୁନାନୀ, ଯୁଗ୍ମ ଭାବରେ ନିୟୁତ ରଞ୍ଜନ ବୈଠାରୁ ଓ ସୌମ୍ଯରଞ୍ଜନ ତେଜି, କନିଷ୍ଠରେ ଦୀବ୍ଯମାନ ପାତ୍ର, ବିନୋଦ ତାଣ୍ତି, ଦିନେଶ କୁମାର ମାଲି ଓ ସର୍ବକନିଷ୍ଠରେ ମାଧବୀ ଭୋଇ, ଅନ୍ୱେଷା ପାଣିଗ୍ରାହୀ, ଗଣେଶ୍ୱର ମାଝୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୄତୀୟ ସ୍ଥାନ ଅଧିକାର କରିଥିଲେ । ଏନେଇ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଲଳିତ କୁମାର ସୁନାରୀ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତଥି ବିଇଓ ଯତୀନ୍ଦ୍ର କୁମାର ସେଠ ଓ ମୁଖ୍ଯବକ୍ତା ବ୍ଲକ ବିଜ୍ଞାନ ଫୋରମ ସଂପାଦକ ସତ୍ଯବାନ ମେହେର ଯୋଗ ଦେଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯା ଆଶା ଜୈନ, ସମିତି ସଭ୍ଯ ମନିଷ ପଟେଲ, ଡବ୍ଲୁଓଡିସି ସଦସ୍ଯା ମନ୍ଦାକିନୀ ବଘେଲ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତା ପରିଚାଳନାରେ ସିଆରସିସି ସୁଧିର କିଶୋର ଠାକୁର, ଈଶ୍ୱର ବଘେଲ, ରାକେଶ ମିଶ୍ରଙ୍କ ସହ ଶିକ୍ଷକ ମନୋରଞ୍ଜନ ମେହେର, ତୋଷଣ କୁମାର ବୈଠାରୁ, ପିତାମ୍ୱର ଟୋଲଟିଆ, ଅରୂପାନନ୍ଦ ମେହେର, କୁଳ ଚନ୍ଦ୍ର ନାଏକ, ଦୁର୍ଜନ ସା, ବୈଷ୍ଣବ ମେହେର, ରଶ୍ମୀପ୍ରଭା ମେହେର, ଜ୍ଞାନରଞ୍ଜନ ସୁନାନୀ, ପ୍ରଦୀପ କୁମାର ମେହେର, ପ୍ରେମାନନ୍ଦ ମେହେର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ଯକ୍ରମରେ ଶିକ୍ଷକ ପରେଶନାଥ ପାଣିଗ୍ରାହୀଙ୍କ ରଚିତ ଓ ନିର୍ଦେଶିତ ଏବଂ ଟିମନପୁର ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ବିଜ୍ଞାନ ଭିତ୍ତିକ ନାଟକ “ଏଚଟୁଓ” ମୁଖ୍ଯ ଆକର୍ଷଣ ଥିଲା । ସଭା ପ୍ରାରମ୍ଭରେ ମନୋରଞ୍ଜନ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ମହେଶ୍ୱର ଗୁଆଲ ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ସମସ୍ତ ସିଆରସିସି ଓ ବିଇଓ କାର୍ଯ୍ଯାଳୟର କର୍ମଚାରୀ ସହଯୋଗ କରିଥିଲେ ।

Leave A Reply