Odisha news

ନୂଆପଡା ରେ ଆତ୍ୟଧୁନିକ ବସ ଟରମିନାଲ ନିର୍ମାଣ ଘୋଷଣା

ନୂଆପଡା-୮/୭ ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ବସଷ୍ଟାଣ୍ଡ କୁ ୩ କୋଟି ଟଙ୍କା ବ୍ୟୟ ଅଟକଲରେ ଏକ ଅତ୍ୟାଧୁନିକ ବସ ଟରମିନାଲ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉପରୋକ୍ତ ଖବର ଶୁଣିବାପରେ ଜନସାଧରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରଶାଦ ଢୋଲକିଆ ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଶୁବେଚ୍ଛା ଜଣାଇଛନ୍ତି। ବହୁଦିନ ପରେ ନୂଆପଡା ବାସୀଙ୍କ ସ୍ୱପ୍ନ ପୁରାଣ ହୋଇଛି ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି ୧୪ ଗୋଟି ଜିଲ୍ଲା ରେ ୪୨.୬୨ କୋଟି ଟଙ୍କା ବ୍ୟୟ ଅଟକଲରେ ନୂତନ ବସ ଟରମିନାଲ ନିର୍ମାଣ ହେବବୋଲି ଜଣାପଡିଛି।।

Comments are closed.