Odisha news

ଭାଲୁ ଆକ୍ରମଣରେ ଜଣେ ଗୁରୁତର।

ନୂଆପଡା-୬/୭  ( ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୋକପଦର ଗ୍ରାମରେ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ଜଗନ୍ନାଥ ମଝି (୪୯) । ସେ ସକାଳୁ ଛେଳି ଚରାଇବାକୁ ସ୍ଥାନୀୟ ଜଙ୍ଗଲ କୁ ଯାଇଥିବା ଵେଲେ ହଠାତ ଜଙ୍ଗଲରେ ଭାଳୁ ଆକ୍ରମଣ କରିଥିଲା। ସାଙ୍ଗରେ ଥିବା ଛେଳି ଚରାଲି ମାନେ ଉଦ୍ଧାର କରି ଘରକୁ ଆଣିଥିଲେ । ପରେ ପରିବାର ଲୋକେ ଏକ ଭଡ଼ା ଗାଡିରେ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ବର୍ତ୍ତମାନ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅଵସ୍ଥା ଠିକ୍ ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି।

Comments are closed.