Odisha news

ହାଇସ୍କୁଲ ରେ ମିଳିତ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ  

0
ନୂଆପଡ଼ା – ୧୬/୧୨ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଉଚ୍ଚ ବିଦ୍ଯାପୀଠ ଚଟିଆଗୁଡ଼ା ଓ ସାଗୁନଭାଡ଼ି ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ମିଳିତ ଆନୁକୂଲ୍ଯରେ ଚଟିଆଗୁଡ଼ା ହାଇସ୍କୁଲ ପରିସରରେ ୩୦ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ଯ ଅତିଥି ଭାବରେ ସରପଞ୍ଚ ରଙ୍ଗିତା ପାତ୍ର ଓ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ହେରାମ୍ୱ ଭୋଇ, କୁମୁଦବନ୍ଧୁ ଯୋଷୀ ଯୋଗଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ଗୌତମ ମେହେର ମଞ୍ଚ ପରିଚାଳନା କରିଥିଲେ ।  ଦୁଇଟି ବିଦ୍ଯାଳୟର ଶତାଧିକ ଛାତ୍ରଛାତ୍ରୀ ବାର୍ଷିକ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ବେଳେ ଖେଳ ଶିକ୍ଷକ ଦେବେନ୍ଦ୍ର କୁମାର ପୁରୋହିତ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ବାର୍ଷିକ କ୍ରୀଡ଼ାର ବିଭିନ୍ନ ବିଭାଗରେ
ଓମପ୍ରକାଶ ମୁଣ୍ଡ, ଅପରାଜିତା ମାଝୀ, ଚିଲିକା ମଞ୍ଜରୀ ମାଝୀ ଚମ୍ପିୟାନ ହୋଇଥିଲେ । କାର୍ଯ୍ଯକ୍ରମ ଆୟୋଜନରେ  ଅମୋଘ ପାତ୍ର, ମୁକ୍ତେଶ୍ୱର ପ୍ରଧାନ, ଗୋକୁଳ ଚନ୍ଦ୍ର  ପରିଡ଼ା, ଗିରିଶ ଚନ୍ଦ୍ର  ସା, ପ୍ରକାଶ  ମେହେର, ତନୁରାମ ନାୟକ,  ଧନଞ୍ଜୟ ପୁରୋହିତ, ଗିରିଶ  ମାଝୀ ପ୍ରମୁଖ ସହଯୋଗ କରିଥିଲେ ।
Nalco
Leave A Reply