ନୂଆପଡା-୨୮/୧୨ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ସରକାରୀ ପୋଲିଟେକନିକ୍ ପ୍ରାଙ୍ଗଣରେ, ନେହେରୁ ଯୁବ କେନ୍ଦ୍ର ସଂଗଠନ, ନୂଆପଡା ଆନୁକୂଲ୍ୟରେ ତିନି ଦିନିଆ ଯୁବ ନେତୃତ୍ୱ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ରୁ ୪୦ ଜଣ ଯୁବକ ଯୁବତୀ ଯୋଗଦାନ କରିଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ, ଜୀବନ କୌଶଳ, ଭାରତ ୭୫, ଯୁବ ଅନୁଷ୍ଠାନ ପରିଚାଳନା, ବିଭିନ୍ନ କ୍ଷେତ୍ରରେ ଯୁବ ବିକାଶ, ବ୍ୟକ୍ତିତ୍ୱ ବିକାଶ ତଥା ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସାମାଜିକ ବିକାଶରେ ଯୁବକ ଯୁବତୀ ମାନଙ୍କର ପ୍ରମୁଖ ଭୂମିକା ବିଷୟରେ ତଳିମ ପ୍ରଦାନ କରାଯିବ । ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ନୂଆପଡ଼ାର ଜିଲ୍ଲା ଯୁବ ଅଧିକାରୀ ଆଶିଷ କୁମାର ଠାକୁରଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରି ଶ୍ରୀମତୀ ମଧୁଛନ୍ଦା ସାହୁ ମୂଖ୍ୟ ଅତିଥି ରୂପେ ତାଲିମ ଶିବିରକୁ ଶୁଭ ଉଘାଟନ କରି ପ୍ରାରମ୍ଭ କରିଥିଲେ ଓ ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ସତ୍ୟଶ୍ରୀ ସୌମ୍ୟକାନ୍ତ ମହାପାତ୍ର, ସେଭ୍ ଦି ଚିଲଡ୍ରେନ ର ରାଜ୍ୟ ମୁଖ୍ୟ (ଶିଶୁ ସୁରକ୍ଷା ବିଭାଗ) ବିଦ୍ୟାଧର ମେହେର ଓ ପୁରାତନ ସ୍ବେଛାସେବୀ ସାଏରା ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଗ୍ରାମ କେଶରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।