Odisha news

ଗ୍ରାମ ପଞ୍ଚାୟତ ମହିଳା ଜନ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

0
ନୂଆପଡ଼ା-୧୪/୧୨ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ଆଜି  ଦି ହଙ୍ଗର ପ୍ରୋଜେକ୍ଟ ଓଡ଼ିଶା ତରଫରୁ ନୂଆପଡ଼ା ଜିଲ୍ଲା  ଖଡ଼ିଆଳ ବ୍ଲକ ର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ପ୍ରଶାସନ ଓ ଗ୍ରାମ ପଞ୍ଚାୟତର ନିର୍ବାଚିତ ମହିଳା ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି। ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା (ଗ୍ରାମ ପଞ୍ଚାୟତ) ର ବିକାଶ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟ ଯୋଜନା ଗୁଡ଼ିକୁ ଜାଣିବା ଓ କାର୍ଯ୍ୟକାରି କରାଇବା ଦିଗରେ ମହିଳା ପ୍ରତିନିଧି ମାନଙ୍କ ଓ ପ୍ରାଶାସନିକ ଅଧିକାରି ମାନଙ୍କ ସହ ବରାବର ଯୋଗାଯୋଗ ଓ ପରାମର୍ଶ ର ଆବଶ୍ୟକତା ରହିଛି । କିନ୍ତୁ ଗ୍ରାମାଞ୍ଚଳର ମହିଳା ମାନଙ୍କ କ୍ଷେତ୍ରରେ ଏହା ହୋଇପାରୁନଥିବରୁ  ଏଭଳି ଦୂରତାକୁ ଭାଙ୍ଗିବା ଓ ଅନେକ ମହିଳା ପ୍ରତିନିଧି ମାନଙ୍କ ଭୟ ଲଜ୍ଜ୍ୟା ଆଦିକୁ ଦୂରକରିବା ନିମନ୍ତେ ମୁହାଁମୁହିଁ ଆଲୋଚନା ପାଇଁ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା।ଚନାବେଡ଼ା, ଭୁଲିଆଶିକୁଆଁ,ଭୋଜପୁର ,  ବାଦି, ଖାସବାହାଲ, ଚିନ୍ଦାଗୁଡ଼ା, ଗଡରାମୁଡ଼ା, ଖୁଦପେଜ, ଲାଞ୍ଜି, ବିରିଘାଟ ଆଦି ଗ୍ରାମ ପଞ୍ଚାୟତ ରୁ ନିର୍ବାଚିତ ମହିଳା ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର ସମୂହ 32 ଜଣ ମହିଳା ପ୍ରତିନିଧିଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଏ ବି ଡି ଓ ଶ୍ରୀଯୁକ୍ତ ଏସ ରାଠୋର,ସି ଡି ପି ଓ ଶ୍ରୀମତି ଏମ କେ ଅଗ୍ରୱାଲ ,ବି ଏସ ଏସ ଓ ଶ୍ରୀ ପି କେ ନାୟକ,ପି ଇ ଓ ଦୋହେଲପଡ଼ା ଶ୍ରୀ ବଳରାମ ତାଣ୍ଡି, ଏଲ ଏସ ଶ୍ରୀମତୀ ଦୀପାଞ୍ଜଳି ମେହେର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସମନ୍ୱୟ ସ୍ଥାପନା ବାର୍ତ୍ତାଳାପ ସହିତ ସାମାଜିକ ନିରାପତ୍ତା ବ୍ୟବସ୍ଥା ପାଇଁ ଉଦ୍ଧିଷ୍ଟ ଯୋଜନା , ସାମାଜିକ ସୁରକ୍ଷା  ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭିନ୍ନ ସେବା ଓ ଯୋଜନାଆଦି ବିଷୟ ସହିତ ବର୍ତ୍ତମାନ ପ୍ରଚଳିତ ହୋଇଥିବା ନଅଟି ଥିମ୍ ଯଥା ଦାରିଦ୍ର୍ୟ ମୁକ୍ତ ଗ୍ରାମ, ସୁସ୍ଥ ପଞ୍ଚାୟତ, ଶିଶୁ ପ୍ରିୟ ଗ୍ରାମ ପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ଥିବା ଗ୍ରାମ, ସ୍ୱଚ୍ଛ ଓ ସବୁଜ ଗ୍ରାମ, ଆତ୍ମ ନିର୍ଭରଶୀଳ ଗ୍ରାମ, ସାମାଜିକ ସ୍ତରରେ ସୁରକ୍ଷିତ ଗାଁ, ସୁଶାସନ ଯୁକ୍ତ ଗ୍ରାମ ଓ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଆଦି ଥିମ ର ବିଭିନ୍ନ କାର୍ଯ୍ୟ ବ୍ୟବସ୍ଥା ଉପରେ ଆଲୋଚନା ଜରିଆରେ ଉପସ୍ଥାପନା କରିଥିଲେ ଶ୍ରୀଯୁକ୍ତ ନାୟକ। ପରିଚାଳନାରେ ସହଯୋଗ କରିଥିଲେ ଟି ଏଚ ପି  ର ସଂଯୋଜକ ଚୈତନ୍ୟ ସା, ତରୁଣ କୁମାର ସା ଓ ଦେବେନ୍ଦ୍ର ଭିତ୍ରୀୟା
Leave A Reply