Odisha news

ଗୋଧାସ ଜଳ ପ୍ରପାତ ରେ ଯୁବକ ଡେଇଁଲେ, ଘଟଣା ର ୩୬ଘଣ୍ଟା ପାରେ ମଧ୍ୟ ମୃତ ଦେହ ମିଳି ନାହିଁ

0

ନୂଆପଡା- ୧୪/୧୧  ଛତିଶଗଡ ସିମାନ୍ତ ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଗୋଧସ ଜଳପ୍ରପାତରେ ପୁଣି ଅଘଟଣ ଘଟିଛି । ସୂଚନା ଯୋଗ୍ୟ ଯେ ଗତ ବର୍ଷ ତିନି ଜଣ ଯୁବକ ଏହି ଜଳ ପ୍ରପାତ ରେ ଗାଧୋଇବା ବେଳେ ବୁଡ଼ିଯାଇ ମୃତ୍ୟୁ ହୋଇ ଥିବା ବେଳେ, ଛତିଶଗଡ଼ ରାଜ୍ୟ ଦୁଇ ପ୍ରେମୀ ଯୁଗଳ ପ୍ରପାତ ଉପରୁ ଡେଇଁ ପଡି ପ୍ରାଣ ହରାଇ ଥିଲେ ବର୍ଷେ ପରେ ପୁଣି ଜଳପ୍ରପାତ ଉପରୁ ଡେଇଁ ସ୍ଥାନିୟ ବ୍ଲକ ର ଯୁବକ ନିଖୋଜ ହୋଇଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳ ସହ ରାତି ହୋଇ ଥିବାରୁ ଘଟଣାସ୍ଥଳରେ ପହଞ୍ଚି ଗତ କାଲି ଅଗ୍ନିଶମ ବିଭାଗ ଯାଇ ନଥିଲା, ଆଜି ଘଟଣା ସ୍ଥାଲକୁ ଅଗ୍ନିଶମ ବିହାଗ ପହଞ୍ଚି  ଯୁବକ ଜଣକକୁ ଖୋଜା ଖୋଜି ର ପ୍ରୟାସ କରି ବିଫଳ ହୋଇଥିଲେ । ଆସନ୍ତା କାଲି ପୁଣି ସକାଳେ ଅନୁସନ୍ଧାନ କାର୍ଯ୍ୟ କରିବେ ବୋଲି ଜନା ପଡିଛି। ଜଳ ପ୍ରପାତ୍ ରେ ଡେଇଁ ଥିବା ଯୁବକ ନୂଆପଡା ସଦର ଥାନା ଗୋଡଫୁଲା ଗ୍ରାମର ରାମ କିଶନ ରାଉତ (୩୨)  ବୋଲି ଜଣା ପଡିଛି । ସେ ସ୍ଥାନୀୟ ମହାମାୟା କଲେଜ ରେ ଡ୍ରାଇଭର ଭାବେକାର୍ଯ୍ୟ ତୁଲାଉଥିଲେ । ତାଙ୍କ ସାଙ୍ଗ ସାଥି ସହ ଭୋଜି ଖାଇ ସାରିବା ପରେ ଡେଇଁ ପଡିଥିବା ବେଳେ କାହିଁକି ଏଭଳି କାଣ୍ଡ କଲେ ସ୍ପଷ୍ଟ ହୋଇ ପାରିନାହିଁ । ଘଟଣାର ଚାଳିଶ ଘଣ୍ଟା ପରେ ମଧ୍ଯ ଶବ ପରିବାର ପାଇନଥିବା ରୁ ଦୁଃଖ ବ୍ୟକ୍ତ କରିଛନ୍ତି। ସେ ବିବାହିତ, ତାଙ୍କ ଏକ ପୁଅ ଓ ସ୍ତ୍ରି ଅଛନ୍ତି। ନୂଆପଡ଼ା ଥାନ ରେ ଏ ସମର୍କ ରେ ଏକ କେଶ୍ ଦାୟର ହୋଇଛି।

Leave A Reply