ନୂଆପଡା : ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଜିଲ୍ଲା ସଦର ବ୍ଲକ ଉପାନ୍ତ ଅଞ୍ଚଳରେ ଲଗାଣ ବର୍ଷା ରେ ସାରାବଙ୍ଗ – ଆମାନାରା ପୋଲ ଭାଙ୍ଗିବା ଫଳରେ ତିନି ପଞ୍ଚାୟତ ର ୩୦ ହଜାର ଲୋକ ଜିଲ୍ଲା ସଦର ଠାରୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇ ପଡିଛନ୍ତି। ଏହି ପୋଲ ଦ୍ଵାରା ନୂଆପଡ଼ାର ତିନି ଗ୍ରାମ ପଞ୍ଚାୟତ ସହ ପଡୋଶୀ ରାଜ୍ୟ ଛତିଶଗଡ ମିଶାଇ ୫୦ ହଜାର ଲୋକ ପ୍ରଭାବିତ ହେଉଥିବା ଜଣାପଡିଅଛି। କଲେଜ ଛାତ୍ରଛାତ୍ରୀ, ରୋଗୀ, କ୍ଷୁଦ୍ର ବ୍ୟବସାୟୀ, ଗରିବ ଜନସାଧାରଣ ଉପରୋକ୍ତ ପୋଲ ଉପରେ ନିର୍ଭର କରି ଚଳୁଥିଲେ, ବର୍ତ୍ତମାନ ଖର୍ଚ୍ଚାନ୍ତ ହୋଇ ଛତିଶଗଡ ପଟୁ ବୁଲିବାକୁ ପଡ଼ିବ। ଗ୍ରାମ୍ୟ ଉନ୍ନୟ ବିଭାଗ ପକ୍ଷରୁ ଏଠାରେ ଏକ ଉଚ୍ଚ ପୋଲର ଆଵଶ୍ୟକତା ଥିବା ବିଭାଗୀୟ ଅଧିକାରି ପ୍ରକାଶ କରିଥିଲେ। ପୋଲ ଭାଙ୍ଗିବା ଦ୍ବାରା ଅନେକ ଧନ ଏବଂ ଜୀବନ ପ୍ରଭାବିତ ହେଉଅଛି। ଚଲିତ ଲଘୁଚାପ ଜନିତ ବର୍ଷାରେ ବନ୍ୟାର ତାଣ୍ଡବ ଲୀଳା କରିଅଛି। କଲେଜ ଛାତ୍ରଛାତ୍ରୀ, ରୋଗୀ, କ୍ଷୁଦ୍ର ବ୍ୟବସାୟୀ, ଗରିବ ଜନସାଧାରଣ ଉପରୋକ୍ତ ପୋଲ ଉପରେ ନିର୍ଭର କରି ଚଳୁଥିଲେ, ବର୍ତ୍ତମାନ ଖର୍ଚ୍ଚାନ୍ତ ହୋଇ ଛତିଶଗଡ ପଟୁ ବୁଲିବାକୁ ପଡ଼ିବ। ଗ୍ରାମ୍ୟ ଉନ୍ନୟ ବିଭାଗ ପକ୍ଷରୁ ଏଠାରେ ଏକ ଉଚ୍ଚ ପୋଲର ଆଵଶ୍ୟକତା ଥିବା ବିଭାଗୀୟ ଅଧିକାରି ପ୍ରକାଶ କରିଥିଲେ। ପୋଲ ଭାଙ୍ଗିବା ଦ୍ବାରା
ଅନେକ ଧନ ଏବଂ ଜୀବନ ପ୍ରଭାବିତ ହେଉଅଛି। ଚଲିତ ଲଘୁଚାପ ଜନିତ ବର୍ଷାରେ ବନ୍ୟାର ତାଣ୍ଡବ ଲୀଳା କରିଅଛି।
ସୂଚନାନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଉପର ଅଞ୍ଚଳରେ ଥିବା ପତୋରା ଡ୍ୟାମରେ ଜଳ ଭର୍ତ୍ତି ହେବାରେ ଲାଗିଛି । ମଙ୍ଗଳବାର ରାତିରେ ପତୋରା ଡ୍ୟାମର ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା । ଯାହାଦ୍ଵାରା ସାରାବଙ୍ଗ ନିକଟ ପାୱାରତଲା ଠାରେ ହୋମ ପାଇପ୍ ସାହାଯ୍ୟରେ ନିର୍ମାଣ ହୋଇଥିବା ବ୍ରିଜ ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ପାଣି ଚାପରେ ୧୦ଟି ପାଇପ୍ ଭୁଶୁଡି ପଡିଛି । ଫଳରେ ତିନୋଟି ପଞ୍ଚାୟତର ଆମାନାରା, କେନ୍ଦୁବାହାରା ଓ ମୋଟା ନୂଆପଡାର ଖଲନା, ପତାଲଘୁଟୁ କୁରି, ମୋହରାଡିହି, ପାୱାରତଲା, ଗସ୍ତିଡିହି, ବାବନି, ସିରିଗିଡି ଭଳି ପାଖାପାଖି ୩୦ଟି ଗାଁ ସହ ପଡୋଶୀ ଛତିଶଗଡକୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ରାସ୍ତାକୁ ବନ୍ଦ କରିଦେଇଛନ୍ତି। ଏଣୁ ଉପରୋକ୍ତ ହୋମ ପାଇପ ପୋଲ ସ୍ଥାନ ରେ ଉଚ୍ଚ ପୋଲ ନିର୍ମାଣ କରିବା ନିମନ୍ତେ ବ୍ଲକ ଅଧକ୍ଷା ତାରେଶ୍ଵରୀ ସାହୁ, ପୂର୍ଵତ୍ତନ ବ୍ଲକ ଅଧକ୍ଷା ଭକ୍ତରାମ ମାଝୀ,ଆମାନାରା ସରପଞ୍ଚ ଗଂଗେଶ୍ଵରୀ ସିହ୍ନା ମୋଟା-ନୂଆପଡା ସରପଞ୍ଚ ମୋତିଲାଲ ଉଜିର କେନ୍ଦୁବାହାରା ଜାନକୀ ମାଝୀ ପ୍ରମୁଖ ନିର୍ମାଣ ପାଇଁ ଦୃଢ଼ଦାବି କରିଛନ୍ତି।