ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ , ଅସହିଷ୍ଣୁତା ଏବଂ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ନୂଆପଡା-୮/୪ ସକାଳ ଖବର (ସୁରେନ୍ଦ୍ର ତିୱାରି) ବାଲେଶ୍ୱର ଜିଲ୍ଲା ନିଲିଗିରି ଠାରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ଆକ୍ରୋଶ ମୂଳକ ଭାବରେ ଗିରଫ କରି ଏବଂ ଗୋଡ଼ରେ କଡ଼ି ବାନ୍ଧିବା ପୋଲିସ ପ୍ରଶାସନର ବର୍ବରତାକରିଥିବା ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଲୋକନାଥ ମହାପାତ୍ର, ବ୍ଲକ ସମ୍ପାଦକ ଦୀପକ ମିଶ୍ର, ଏବଂ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଉପସଭାପତି ସୁରେନ୍ଦ୍ର ତିୱାରି ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।