Odisha news

ଅଳ ଓଡିଶା ଅଙ୍ଗନବୱାଡି ଲେଡିଜ ୱାର୍କରସ ଏସୋସିଏସନ ର ୧୪ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ

0

ନୂଆପଡା-୭/୪ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଭାରତୀୟ ମଜଦୂର ସଙ୍ଘ ସହବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ ନୂଆପଡା ଜିଲ୍ଲା ଶାଖା ତରଫରୁ ସାରା ଜିଲ୍ଲା ର ହଜାର ହଜାର ଅଙ୍ଗନବାଡି ୱାର୍କର୍ସ ରାଜ୍ୟ ବ୍ୟାପି କାର୍ଯ୍ୟକ୍ରମ ମୁତାବକ ଜିଲ୍ଲାପାଳ କାର୍ଯ୍ୟାଳୟ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲୋଭା ଲୁହାର୍ ଓ ଜିଲ୍ଳା ସମ୍ପାଦିକା ଶ୍ରୀମତୀ ଚନ୍ଦ୍ରପ୍ରଭା ପାଣିଗ୍ରାହୀଙ୍କ ନେତୃତ୍ୱରେ ଘେରାଓ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ,ବି ଏମ ଏସ ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ଦଣ୍ଡସେନା ମୁଖ ଅତିଥି ଓ ସମ୍ମାନିତ ଅତିଥି ରୂପେ ସାମିଲ ହୋଇ ଉଦବୋଧନ ଦେବା ସହିତ ଘେରାଓ ବିକ୍ଷୋଭ କାର୍ଯ୍ୟକ୍ରମ କୁ ମାର୍ଗଦର୍ଶନ କରିଥିଲେ।ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ମୁତାବକ ଚଉଦ ଦଫା ଦାବୀ ପତ୍ର ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

ସ୍କିମ ପ୍ରଥା କୁ ଉଚ୍ଛେଦ କରି ସରକାରୀ ମାନ୍ୟତା ପ୍ରଦାନ ଓ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା,ସରକାରୀ ଘୋଷଣା ନ କରିବା ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀ ଙ୍କୁ ୨୧୦୦୦ ଓ ସହାୟିକା ଙ୍କୁ ୧୫୦୦୦ ଦରମା ପ୍ରଦାନ, ଅବସର କାଳୀନ ସହାୟତା ରାଶି ବୃଦ୍ଧି କରି ୫ଲକ୍ଷ ଟଙ୍କା ଓ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ,ମିନି ଅଙ୍ଗନବାଡି ଙ୍କୁ ଅଙ୍ଗନବାଡି ର ମାନ୍ୟତା ଓ ତାଙ୍କୁ ବି ସହାୟିକା ପ୍ରଦାନ,ଆନ୍ଦୋଳନ ହେତୁ ବହିସ୍କୃତ ସାତ ଜଣ କର୍ମୀ ଙ୍କୁ ପୁନଃ ନିଯୁକ୍ତି,ରାଷ୍ଟ୍ରୀୟ ନୀତି ୨୦୨୦ ମୁତାବକ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଓ କର୍ମୀ ଙ୍କୁ ପ୍ରାଥମିକ ଶିକ୍ଷକ ର ମାନ୍ୟତା ପ୍ରଦାନ, କର୍ମୀ ଙ୍କ ମୃତ୍ୟୁ ରେ ମୃତ୍ୟୁ କାଳୀନ ସହାୟତା ୫ଲକ୍ଷ ଟଙ୍କା ଓ ପରିବାର ଜଣକୁ ନିଯୁକ୍ତି,କରୋନା ରେ ମୃତ୍ୟୁବରଣ କରିଥିବା କର୍ମୀ ଙ୍କୁ କେନ୍ଦ୍ରସରକାର ଙ୍କ ଘୋଷଣା ମୁତାବକ କରୋନା ଯୋଦ୍ଧା ରୂପେ ୫୦ଲକ୍ଷ ଟଙ୍କା ର ବୀମା ପ୍ରଦାନ,ରାଜ୍ୟ ସରକାର ଘୋଷଣା ମୁତାବକ ମୃତ କରୋନା ଯୋଦ୍ଧା କୁ ମାସିକ ୭୫୦୦ ତାଙ୍କ ସହାୟତା ଜଣକୁ ଚାକିରୀ କରୋନା ରେ ମୃତ ଅଙ୍ଗନବାଡି ଜର୍ମୀ ପାଇଁ ଲାଗୁ କରିବା,ରବିବାର ଛୁଟି ଦିନ କାର୍ଯ୍ୟ କଲେ ଦୁଇ ଗୁଣ ଦରମା, ସୋପାନ କାର୍ଯ୍ୟକ୍ରମ ରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ନ କରିବା ପର୍ଯ୍ୟନ୍ତ ତହିଁରୁ ଅଙ୍ଗନବାଡି କର୍ମୀ ଙ୍କୁ ବାଦ ଦେବା ଇତ୍ୟାଦି ଚଉଦ ଦଫା ଦାବି ପତ୍ର ପ୍ରଦାନ କରିବା ସହିତ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଥିଲା।ସରକାର ସମସ୍ତ ଦାବୀ ବିଚାର କରି ପୁରଣ ନକଲେ ଆଗାମୀ ଦିନରେ ରାଜ୍ୟ ଓ ଜିଲ୍ଲା ବ୍ୟାପି କଲମ ଛାଡ଼ ସହିତ ଜୋରଦାର ଆନ୍ଦୋଳନ ର ଚେତାବନୀ ଦିଆଯାଇଛି।ଏହି ଆନ୍ଦୋଳନ ରେ ବିଭିନ୍ନ ବ୍ଲକର ନେତୃତ୍ୱ ନେଥିବା ଶ୍ରମତୀ ଜାନକୀ ମାଝୀ, ଊମା ମାଝୀ, ରଶ୍ମିତା ପ୍ରଧାନ,ପୁଷ୍ପା ପଟ୍ଟନାୟକ, କୁମୁଦିନୀ ଭୋଇ,ଗୀତାଞ୍ଜଳି ବିଶି, କବିତା ସାହୁ, ଯମୁନା ପାଣ୍ଡେ, ଭାନୁମାତି ନାଏକ,ସସ୍ମିତା ଦୁରିଆ,ପ୍ରମୋଦିନୀ ନାଏକ ପ୍ରମୁଖ ତଥା ବି ଏମ ଏସ ତରଫରୁ ଶ୍ରୀ କୁଞ୍ଜ ବିହାରୀ କଟା,ସତ୍ୟବାନ କଟା,ଦେଵସିଂ ମାଝୀ, ଦେବସାଗର ନାଗ, ଖଗେଶ୍ୱର ପରାଭୋଇ, ବାବୁଲାଲ ମାଝୀ, ସୁଖଦେବ ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ସଭାପତି ଲୋଭା ଲୁହାର୍ ଓ ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ ଅଲ ଓଡିଶା ଅଙ୍ଗନବାଡି ୱାର୍କରସ ଆସୋସିଏସନ ଓଡିଶା, ନୂଆପଡା ଜିଲ୍ଲା ଶାଖା ଯୋଗ ଦେଇଥିଲେ।

Leave A Reply