ନୂଆପଡା-୧୬/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ଜାତୀୟସ୍ତର ରେ ସୁନାମ ଅର୍ଜନ କରିଥିବା ଖେଳାଳି ତଥା ଛତିସଗଡ ଭିଲାଇ ଷ୍ଟିଲ ପ୍ଲାଣ୍ଟର ମୁଖ୍ୟ କୋଚ ଶ୍ରୀ ଅନିରୁଦ୍ଧ ଆଜି ଖଡିଆଳ ର ହେଲଥ କ୍ଲବ ରେ ଯୋଗଦାନ କରିଥିଲେ, କୋଚ ଅନିରୁଦ୍ଧ ଙ୍କ ଗ୍ରାମ ବଲାଙ୍ଗିର ଜିଲ୍ଲା ର ବଙ୍ଗୋମୁଣ୍ଡା ହେଇଥିବାବେଳେ ତାଙ୍କ ଶ୍ବଶୁର ଘର ନୂଆପଡା ଜିଲ୍ଲା ଖଡିଆଳ ସହର ରେ ରହିଛି,ବାଲ୍ୟକାଳ ରୁ ସେ ଖେଳ ପ୍ରତି ଆଗ୍ରହି ଥିଲେ, ତେଣୁ କରି ସେ ଛତିଶଗଡ ରାଜ୍ୟ ଭିଲାଇ ରେ ଦୌଡ ଓ ୱାକିଙ୍ଗ ପ୍ରତିଯୋଗିତା ରେ ଖେଳ ଖେଳିବା ର ସୁସୋଗ ପାଇଥିଲେ ଓ ସୌଭାଗ୍ୟ ର କଥା ଭିଲାଇ ଷ୍ଟିଲ ପ୍ଲାଣ୍ଟ ତରଫ ରୁ ଲଗାତାର ୫ ଥର ଗୋଲ୍ଡମେଡାଲ ପାଇ ଭାରତ ର ଗୌରବ ବଢାଇଛନ୍ତି, ତାଙ୍କ ୱାକିଙ୍ଗ ରେକର୍ଡ ଏବେବି ଅପରିହାର୍ଯ୍ୟ ରହିଛି,ଏହା ବ୍ୟତିତ ଇଣ୍ଡିଆ ର ପ୍ରତିନିଧିତ୍ବ କରିବା ପାଇଁ ବିଦେଶ ପେରିସ ରେ ଆୟୋଜିତ ୱାର୍ଲଡ ରେସ ପ୍ରତିଯୋଗିତା ରେ ମଧ୍ୟ ପ୍ରତିନିଧିତ୍ବ କରିବା ର ସୁଯୋଗ ସେ ପାଇଛନ୍ତି, ଛତିସଗଡ ଷ୍ଟିଲ ଅଥରିଟି ଅନିରୁଦ୍ଧଙ୍କୁ କୋଚିଙ୍ଗ ପାଇଁ ସମସ୍ତ ଖର୍ଚ ବହନ କରି ପଞ୍ଜାବ ରାଜ୍ୟ ର ପଟିୟାଲା ସ୍ଥିତ କ୍ରୀଡା ଛାତ୍ରବାସ କୁ ପଠେଇଥିଲେ ଓ କୋଚିଂ ଟ୍ରେନିଂ ସମାପ୍ତ କଲାପରେ ଏବେ ଛତିସଗଡ ଷ୍ଟିଲ ପ୍ଲାଣ୍ଟ ର ମୁଖ୍ୟ କୋଚ ଭାବରେ ଅବସ୍ଥାପିତ ଅଛନ୍ତି, ଦଶହରା ଉପଲକ୍ଷେ ତାଙ୍କର ଶ୍ବଶୁର ଘର କୁ ବୁଲି ଆସିଥିଲେ ଓ ପ୍ରାତଃ ଜଗିଂଗ ସମୟ ରେ ଖଡିଆଳ ମହାବିଦ୍ୟାଳୟ ପଡିଆ ରେ ଅଭ୍ୟାସ ପରେ ହେଲଥ କ୍ଲବ କୁ ଆସିଥିଲେ, ହେଲଥ କ୍ଲବ ର ମୁଖ୍ୟ ଡ.ପଦ୍ମଲୋଚନ ବର୍ମା ତାଙ୍କୁ ସ୍ବାଗତ କରିଥିବାବେଳେ କୁଲଦିପ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ,ହେଲଥ କ୍ଲବ ରେ ଅଧା ଘଣ୍ଟା ସମୟ ଅତିବାହିତ କରି ୫ ପ୍ରକାର ବ୍ୟାୟାମ ସମସ୍ତ ଙ୍କୁ ନିହାତି କରିବା କଥା ବୋଲି ସେ ପରାମର୍ଶ ଦେଇଥିଲେ,ଏହା ବ୍ୟତିତ ହେଲଥ ଡାଇଟ କିଭଳି କରିବା କଥା ଓ ନିୟମିତ ବ୍ୟାୟାମ ଓ ଉପକାରିତା ଉପରେ ପୁଙ୍ଖାନୁପୁଙ୍କ ଭାବରେ ବୁଝାଇ ଥିଲେ । ଆଗାମି ଦିନ ରେ ଷ୍ଟିଲ ଅଥିରିଟି ଭିଲାଇ ଛତିଶଗଡ଼, ତରଫ ରୁ ଖଡିଆଳ ରେ ଏକ କେମ୍ପ କରାଯିବ ଓ ୧୭ ବର୍ଷ ରୁ କମ ଯୋଗ୍ୟ ପିଲାଙ୍କୁ ଚୟନ କରି ତାଙ୍କୁ ଷ୍ଟିଲ ପ୍ଲାଣ୍ଟ ହଷ୍ଟେଲରେ ରଖିବା ସହ ତାଙ୍କ ଖେଳ ଠାରୁ ନେଇ ଖାଇବା ପିଇବା ସମସ୍ତ ସୁବିଧା ଷ୍ଟିଲ ପ୍ଲାଣ୍ଟ ବହନ କରିବ ବୋଲି କୋଚ ଅନିରୁଦ୍ଧ ସୁଚନା ଦେଇଛନ୍ତି ।
Comments are closed.