ନୂଆପଡ଼ା-୬/୧୦ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ପାଇଁ ଗର୍ବର କଥା, ଖଡ଼ିଆଳ ବ୍ଲକ ବରପଦର ଗ୍ରାମର ଅଞ୍ଜୁ କୁମାରୀ ବେହେରା ଫେସ ଅଫ ସେଣ୍ଟ୍ରାଲ ଇଣ୍ଡିଆ ମିସ ପ୍ରଫେକ୍ଟ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି । ଛତିଶଗଡ଼ ରାଜଧାନୀ ରାୟପୁର ସ୍ଥିତ ଅମ୍ବୁଜା ସିଟି ସେଣ୍ଟର ମଳ ଠାରେ ବ୍ରାଣ୍ଡ ଇଭେଣ୍ଟ ଦ୍ୱାରା ଅନୁଷ୍ଠିତ ଫେସନ ଶୋ ସମାରୋହରେ ଅଞ୍ଜୁ କୁମାରୀ ବେହେରା ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସୂଚନା ଥାଉକି ଏହା ପୂର୍ବରୁ ରାଉଲକେଲା ରେ ଓଡ଼ିଶା ବିଉଟି ଏକ୍ସପୋ ୨୦୨୦ ରେ ମିସ ବେଷ୍ଟ ୱାଲକ ବିଜେତା ଓ ରାୟପୁର କୃତି ଇନଷ୍ଟିଚ୍ୟୁଟ ଠାରେ ମିସ ଟିଆରା କୁଇନ ଅଫ ଭାରତ ୨୦୨୧ ରେ ସମ୍ମାନିତ ହୋଇଥିଲେ । ତାଙ୍କର ଏହି ସମ୍ମାନ ଓ ସଫଳତା ଉପରେ ସଫଳତା ଆଣିଥିବା ପଛରେ ପିତା ସତ୍ୟନାରାୟଣ ବେହେରା ଓ ମାତା ପ୍ରେମସିଲା ବେହେରାଙ୍କ ପ୍ରେରଣା ଓ ଆଶୀର୍ବାଦରେ ସେ ଏହି କୃତିତ୍ୱ ଅର୍ଜ୍ଜନକରିଥିବା ପ୍ରକାଶ କରିଛନ୍ତି ।
Comments are closed.