Odisha news

ପୋଲସରା ପୋଲିସଦ୍ଵାରା ଜୁଆ ଆଡ଼ା ଚଢ଼ାଉ 10ଗିରଫ ସହ 11ମୋଟର ସାଇକେଲ ଜବତ

ପୋଲସରା :06/10/21(ରଞ୍ଜୟ ପାଣିଗ୍ରାହୀ )ପୋଲସରା ବ୍ଲକ କିଛି ଦିନର ନୀରବତା ପରେ ପୁଣି ଏହି ଅଂଚଳରେ ଜୁଆ ଖେଳ ପୋଲିସ ଥାନା ଠୁ କିଛି ଦୂରରେ ଚାଲିଆସୁଥିଲା l ମାତ୍ର ପୋଲିସ ଖବର ପାଇପାରୁନଥିଲା କିନ୍ତୁ ଆଜି ପୋଲିସ ଖବର ପାଇ ମାରଦା ଜଙ୍ଗଲ ର ଉକ୍ତସ୍ଥାନରେ ଚଢ଼ାଉ କରି10ଜଣ କୁ ଗିରଫ କରିବା ସହ ଉକ୍ତ ସ୍ଥଳରୁ 11ଟି ମୋଟର ସାଇକେଲ ସହ ଏକ ଲକ୍ଷପାଞ୍ଚ ହଜାର ଜବତ ହୋଇଥିବା ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର ମଳିକ ପ୍ରକାଶ କରିବା ସହ ଜୁଆଡ଼ି ମାନଙ୍କୁ କୋଟ୍ କୁ ଫରୱାଡ଼ କରାଯିବ ବୋଲି କହିଛନ୍ତି, ବିଶେଷ ସୂତ୍ରରୁ ପ୍ରକାଶ ଯେ ଜୁଆଡ଼ି ମାନେ ଏହି ଅଂଚଳର ଭିଆଇପି ବୋଲି ଶୁଣିବାକୁ ମିଳୁଛି l

Shares