Odisha news

ପ୍ରେମୀ ଯୁଗଳଙ୍କୁ ବିବାହ ବନ୍ଧନ ରେ ବାନ୍ଧିଲା ପୋଲିସ

ନୂଆପଡା-୨୭/୮ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) ଗତକାଲି ସଂଧ୍ୟା ଖଡିଆଳ ପୋଲିସ ଉଦ୍ୟମ ରେ ସହର ର ସମଲେଶ୍ଵରୀ ମନ୍ଦିରରେ ପ୍ରେମୀଯୁଗଳଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଏହି ସମୟରେ ଖଡିଆଳ ଏସଡିପିଓ ସନ୍ତକ ଜେନା, ପୋଲିସ ଇନିସପେକ୍ଟର ସୁନିତା ବେହେରା, ଜିତେନ୍ଦ୍ର ନାଥ ନାଏକ ଓ ଚଞ୍ଚଲା ତାଣ୍ଡି ଅନ୍ଯାନ୍ଯ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସମଲେଶ୍ଵରୀ ମନ୍ଦିରର ପୂଜକ ବିବାହ କରାଇଥିଲେ। ଉଭୟ ପ୍ରେମୀ ଯୁଗଳ ପରସ୍ପର କୁ ଫୁଲମାଲା ଦେଇ ବିବାହ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ତୁଲସୀପାଲି ପଞ୍ଚାୟତ ଅନ୍ତର୍ଗତ ରଣପୁର ଗ୍ରାମର ପ୍ରେମିକ ଜଗମୋହନ ମଙ୍ଗରାଜ (୨୪)ଙ୍କ ସହ ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ରିଷିଗାଁ ପଞ୍ଚାୟତ ସରଗାଦି ଗ୍ରାମର ପ୍ରେମିକା ଗିରିଜା ତାଣ୍ଡି (୨୦)ଙ୍କ ସହ ରାୟପୁର ଠାରେ ଦୀର୍ଘ ୩ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ହେଲେ ଗତ କିଛି ଦିନ ହେବ ପ୍ରେମିକ ଜଗମୋହନ ପ୍ରେମିକା ଗିରିଜାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏ ନେଇ ପ୍ରେମିକା ଗିରିଜା ଗତକାଲି ଖଡିଆଳ ଥାନାରେ ପ୍ରେମିକ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଉଭୟ ପ୍ରେମିକ ପ୍ରେମିକାଙ୍କୁ ବୁଝାସୁଝା ପରେ ଉଭୟେ ବିବାହ କରିବାକୁ ରାଜି ହୋଇଥିଲେ । ସମଲେଶ୍ବରୀ ମନ୍ଦିରରେ ଖଡିଆଳ ଏସଡିପିଓ ସନ୍ତକ ଜେନାଙ୍କ ଉଦ୍ଯମରେ ବିବାହ ହୋଇଥିଲେ । ପ୍ରେମୀ ଯୁଗଲଙ୍କୁ ବିବାହ ବନ୍ଧନ ରେ ଆବଦ୍ଧ କରିଥିବା ରୁ ପୋଲିସ ର ଭୂମିକା କୁ ସାଧରଣରେ ପ୍ରଶଂସା କରାଯାଉଛି।

Comments are closed.