ନୂଆପଡା-୧୩/୮ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) ଆଜି ଜିଲ୍ଲା ସଦର ମହକୁମ ସ୍ଥିତ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ଅରିସର ମଧ୍ୟରେ ଆଜି ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହାୟତାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ “ଆଜାଦି କା ଅମୃତ ମହୋତ୍ସବ” ସୁସ୍ଥ ଭାରତ ସ୍ବାଧୀନ ଦୌଡ଼ ୦୨ ର ଆୟୋଜନ ପାଇଁ ଏକ ସାମ୍ବାଦିକ ସମ୍ମିଲାନୀ ଅନୁଷ୍ଠତି ହୋଇଯାଇଛି। ଏହି ସମ୍ମିଳନୀରେ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଆଶିଷ ଠାକୁର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାର ୭୫ ଗୋଟି ଗ୍ରାମ କୁ ଚୟନ କରାଯାଇଛି। ସେହି ଗ୍ରାମ ଗୁଡିକ ରେ ୧୩ ଅଗଷ୍ଟ ଠାରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ “ଫିଟନେସ କା ଦୋସ୍ତ, ଆଧା ଘଂଟା ରୋଜ” ଦୌଡ଼ି ନିଜ ଶରୀରକୁ ଫିଟ ରଖିବା ସହ ସୁସ୍ଥ ଓ ଆରୋଗ୍ୟ ଜୀବନ ବିତାଇବା ଲକ୍ଷ ତଥା ଏହି କାର୍ଯ୍ୟକ୍ରମରେ ଜନସାଧାରଣ ଙ୍କ ମଧ୍ୟରେ ଉତ୍ସାହ ଓ ଜୋଶ ଭରି ସୁସ୍ଥ ରହିବାର ବିଭିନ୍ନ ଉପାୟ ଉପରେ ସଚେତନ କରିବାର ମୂଳ ଲକ୍ଷ ବୋଲି ସଂଯୋଗଜକ ଶ୍ରୀ ଠାକୁର ସାମ୍ବାଦିକ ସମ୍ମିଳନୀ ରେ ପରିପ୍ରକାଶ କରିଥିଲେ।
Comments are closed.