ନୂଆପଡା- ୧୩/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) କୋମନା ବ୍ଲକ୍ ଅଗ୍ରେନ ଗ୍ରାମ ପଞ୍ଚାୟତ ଉଲଭା ଗ୍ରାମରେ ମନରେଗା ଯୋଜନାରେ ଶ୍ରମିକଙ୍କୁ ବକେୟା ପାଉଣା ଦେବା ଓ ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନିତି କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ସହ ପାଉଣା ଦେବାରେ ବିଲମ୍ବ ହେଇଥିବା ହେତୁ ମନରେଗା ନିୟମ ଅନୁଯାୟୀ ୦.୦୫% ଭତ୍ତା ପ୍ରଦାନ କରିବା ଦାବୀ ନେଇ ଆଜି କୋମନା ବିଡିଓଙ୍କୁ ଗରିବ ସେନା ତରଫରୁ ଦାବୀପତ୍ର ପ୍ରଦାନ କରାଗଲା ।
ସୂଚନା ଥାଉ କି କୋଭିଡ୍ ଯୋଗୁଁ ଶ୍ରମିକ ମାନେ ପରିବାର ପ୍ରତିପୋଷଣ ପାଇଁ ଉକ୍ତ ପଞ୍ଚୟତ ରେ ଗତ ଆଠ ମାସ ତଳେ ଦର୍ଲିମୁଣ୍ଡା ଟ୍ଯାଙ୍କ ଓ ଜମି ମରାମତି କାମ କରାଯାଇଥିଲା ହେଲେ ଅଧା ପାଉଣା ମିଳିଥିବା ବେଲେ ବାକିତକ ପାରିଶ୍ରମିକ ଟଙ୍କା ମିଳୁନାହିଁ ଓଲଟା ପ୍ରକଲ୍ପ ଗୁଡିକର ଖର୍ଚ୍ଚ ଅଟକଳ ପରିମାଣ ଅନୁଯାୟୀ ସବୁତକ ଟଙ୍କା ଖର୍ଚ ହେଇସାରିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ଏହାସହ ଗତ ୩ବର୍ଷ ତଳେ ସୋଲ୍ ବନ୍ଧ ନିର୍ମାଣ ସମୟରେ ମଧ୍ଯ ଶ୍ରମିକଙ୍କ ପାଉଣା ମିଳି ନ ଥିବା ବେଳେ, ଉକ୍ତ ପ୍ରକଲ୍ପର ଟଙ୍କା ମଧ୍ଯ ଉଠାଣ ହେଇସାରିଥିବା ଜଣାପଡିଛି । ଏଣୁ ଶ୍ରମିକଙ୍କୁ ତାଙ୍କ ପାଉଣା ସହ ଭତ୍ତା ପ୍ରଦାନ ଓ ଦୁର୍ନିତି ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଆଜି ଗରିବ ସେନା ଆବାହକ ରବି ମଙ୍ଗରାଜଙ୍କ ପକ୍ଷରୁ ବିଡ଼ିଓଙ୍କ ସହ ଆଲୋଚନା କରି ଦୃଢ଼ ଦାବି ଉପସ୍ଥାପନ କରାଯାଇଛି ।
Prev Post
Comments are closed.