ନୂଆପଡା-୯/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଛଅ ଗୋଟି ପଞ୍ଚୟାତ ରେ ସ୍ୱଳ୍ପବର୍ଷା ହେବା ଯୋଗୁଁ ମରୁଡି ଆଶଙ୍କା ଦେଖା ଦେଇଥିବାରୁ ଚାଷୀମାନଙ୍କୁ ଚିନ୍ତା ଘାରିଛି। କୋମନା ବ୍ଲକ ଅନ୍ତର୍ଗତ ତରବୋଡ , ଜଟଗଡ , ସିଆଲଲଟି , ଦର୍ଲିପଡା , ପଲସିପାଣି , ମାନିଗୁଡା ଆଦି ଛଅ ଗୋଟି ଗ୍ରାମ ପଞ୍ଚାୟତରେ ପ୍ରାୟ ଏକ ମାସରୁ ଉର୍ଦ୍ଧ ହେବ ବର୍ଷାଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଏ ବର୍ଷ ଭଲ ବର୍ଷାହେବା ପାଣିପାଗ ବିଭାଗରୁ ଶୁଣି ଚାଷୀ ଆନନ୍ଦ ହୋଇ ଶୀଘ୍ର ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିଲେ, ହେଲେ ଧାନ ବୁଣିବାର ଏକ ରୁ ଦେଢ ମାସ ବିତିଯାଇଥିଲେ ମଧ୍ୟ କୌଣସି ବଡ ଧରଣର ବର୍ଷା ଏ ପର୍ଯ୍ୟନ୍ତ ନହୋଇ ଅନାବୃଷ୍ଟି ଦେଖା ଦେଇଛି।
ସେପଟେ ଯେଉଁ ଚାଷୀମାନେ ପହ୍ଲା ପକେଇଥିଲେ ସେ ସବୁ ମଧ୍ୟ ମରି ସାରିଲାଣି ଓ ଚାଷ ଜମି ସବୁ ଫାଟି ଆଁ କଲାଣି। ଯାହାଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ପୂର୍ବ ପୂରୁଷରୁ ଚାଲି ଆସିଥିବା ଏକ ପ୍ରକାର ପରମ୍ପରା ରହିଛି ଯେ ଇନ୍ଦ୍ର ପୂଜା ଓ ବେଙ୍ଗବେଙ୍ଗୁଲି ବିବାହ କଲେ ବର୍ଷା ହେଉନଥିବା ଅଞ୍ଚଳରେ ବର୍ଷା ହୋଇଥାଏ ବୋଲି ଚାଷୀମାନଙ୍କ ଗଭୀର ବିଶ୍ବାସ ରହିଛି। ତେଣୁ କାଳେ ବର୍ଷା ଟିକେ ହୋଇଗଲେ ଧାର କରଜ କରି ବୁଣିଥିବା ବିହନର ପଇସା ମିଳିଯିବ ଭାବି ଆସ୍ଥା ଓ ବିଶ୍ୱାସରେ ପୂଜାପାଠ କରିଛନ୍ତି। ରବିବାର ଦିନ ଗୋହିରାପଦର ଗ୍ରାମ ବାସୀ ମିଶି ଗ୍ରାମଦେବୀଙ୍କ ନିକଟରେ ଇନ୍ଦ୍ରପୂଜା କରି ପୂରାଣ ପାଠ କରିବା ସହ ବେଙ୍ଗବେଙ୍ଗୁଲି ବିବାହ ମଧ୍ୟ ସମ୍ପନ୍ନ କରିଛନ୍ତି। ଏଥିରେ କର୍ତ୍ତାରୂପେ ନବିନ ପ୍ରଧାନ , ପୂଜକ ଭାରତ ଦାଶ , କାର୍ତିକ କାଣ୍ଡ , ଭୋଲା କାଣ୍ଡ ,ପ୍ରମୁଖ ଯୋଗ ଦେଇଥିଲେ।
Comments are closed.