ନୂଆପଡା-୯/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଗୋଣ୍ଡୱାନା ନାରୀ ଶକ୍ତି, ନୂଆପଡା ଦ୍ୱାରା ଆହୁତ “ବିଶ୍ୱ ମୂଳନୀବାସୀ ଦିବସ ” ଅବସରରେ ନୂଆପଡା ଏକତା ଛକ ରେ ଥିବା ନୂଆପଡା ର ବରପୁତ୍ର ସ୍ୱର୍ଗତ ପୁର୍ବତନ ମନ୍ତ୍ରୀ ଶ୍ରୀ ଘାସିରାମ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଧୂପ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ ଓ ଏହା ପରେ ନୂଆପଡା ସଦର ଜାତୀୟ ରାଜପଥ-୩୫୩ ଡିଭାଇଡର ରେ ବୃକ୍ଷ ରୋପଣ କରିଥିଲେ l ଏହି ଅବସରରେ ଗୋଣ୍ଡୱାନା ନାରୀଶକ୍ତି ର ଶ୍ରୀମତୀ ନର୍ମଦା ମାଝୀ, ଶ୍ରୀମତୀ ଅମ୍ରିତା ଠାକୁର, ସୁଶ୍ରୀ ଲତା ମାଝୀ, ଶ୍ରୀମତୀ ରେଣୁକା ମାଝୀ ଏବଂ ଆଉ ଅନେକ ମହିଳା ଶକ୍ତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
Comments are closed.