Odisha news

ସେଣ୍ଟ୍ରାଲ ବ୍ୟାଙ୍କ ର ଋଣ ମେଳା ଅନୁଷ୍ଠିତ

ନୂଆପଡା୬/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଖରିଆରରୋଡ ସହର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ତରଫ ରୁ ଋଣ ମେଲା ଅନୁଷ୍ଟିତ ହୋଇଯାଇଛି। ଏ ଅବସରରେ ସହର ର ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଶିକ୍ଷିତ ବେରୋଜଗାର ଯୁବକ ଯୁବତୀଗଣ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଋଣ ମେଳା କୁ ସଫଳ କରିବା ସହ ନିଜ ଶଙ୍କା ସମାଧାନ ଉପସ୍ଥାପନ କରି ଆତ୍ମବିଶ୍ଵସ ବୃଦ୍ଧିକରିଥିଲେ। ଆଞ୍ଚଳିକ ପ୍ରବନ୍ଧକ (ସେଣ୍ଟ୍ରାଲ ବ୍ୟାଙ୍କ ସମ୍ବଲପୁର) ସୁକେଶ କୁମାର ଝା ମୁଖ୍ୟ ଅତିଥିରୂପେ ଯୋଗଦେଇ ବ୍ୟାଙ୍କ ର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏ ଋଣ ମେଳା ରେ ୧୫ ଜଣ ଙ୍କୁ ୨ କୋଟି ୫୦ ଲକ୍ଷ ଟଙ୍କା ଋଣ ମଞ୍ଜୁର କରିଛନ୍ତି ବୋଲି ସୂଚନା ଦିଆଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କ ଲଘୁ ଗ୍ରାମ୍ୟ ଉଦ୍ୟୋଗ ସହ ବେରୋଜଗାର ମାନଙ୍କୁ ବିନା ଗ୍ୟାରେଣ୍ଟି ରେ ଋଣ ପ୍ରଦାନ କରାଯିବ ବୋଲି ଖରିଆରରୋଡ ଶାଖା ସେଣ୍ଟ୍ରାଲ ବ୍ୟାଙ୍କ ମ୍ୟାନେଜର ପଙ୍କଜ କୁମାର ସୁଚନା ଦେଇଥିଲେ । ସେଣ୍ଟ୍ରାଲ ବ୍ୟାଙ୍କ ର ଏଭଳି ଅଭିନବ ପ୍ରୟାସ କୁ ସାଧରଣ ରେ ଭୁରି ଭୁରି ପ୍ରଶଂସା କରାଯାଇଛି।

Comments are closed.