ନୂଆପଡା-୬/୮ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) : ନୂଆପଡା ଜିଲ୍ଲାପାଳ ସ୍ବଧାଦେବ ସିଂ ଆଜି କୋମନା ଗସ୍ତରେ ଆସି ଜିତାମିତ୍ର ଉଚ୍ଚ ବିଦ୍ୟାଳୟର ନିର୍ମାଣାଧିନ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି । ସ୍ମାର୍ଟ ସ୍କୁଲ ଅଧିନରେ ଥିବା ବିଜ୍ଞାନ ପରୀକ୍ଷାଗାର, ଲାଇବ୍ରେରୀ, ଡିଜିଟାଲ କ୍ଲାସ ରୁମ, କିଚେନ, ଜିମ୍, ପରିଶ୍ରାଗାର, ଖେଳ ପଡିଆ ଆଦି ଦେଖିଛନ୍ତି । ଜିଲ୍ଲାପାଳଙ୍କ ଗସ୍ତରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର, ବିଡିଓ ସଦାଶିବ ଭଦ୍ରା, ବିଇଓ ସରୋଜ କୁମାର ବେହେରା ପ୍ରଧାନ ଶିକ୍ଷକ କପିଳେଶ୍ବର ପାତ୍ର ପୂର୍ବତନ ଛାତ୍ର ସଦନ କୁମାର ତିୱାରୀ, ବିରେନ୍ଦ୍ର ପ୍ରଧାନ,ମାୟାଧର ସରାଫ, ଭୁବନେଶ୍ବର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲର ବିକାଶ ପାଇଁ ଆବଶ୍ୟକ ଥିବା ଅର୍ଥ ବରାଦ ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Comments are closed.