Odisha news

ମାଁ ଗ୍ରୁହ ରେ ମାଁ ମାନଙ୍କୁ ଖାଦ୍ୟ ଯୋଗାଇବାରେ ଅନିୟମିତତା

ନୂଆପଡା-୨୦/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ସରକାର ଗର୍ଭବତୀ ମାଁ ମାନଙ୍କ ପାଇଁ ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଉଭୟ ମାଁ ଓ ପେଟରେ ଥିବା ଛୁଆ ଙ୍କ ନିମନ୍ତେ ପୁଷ୍ଟିକର ଆହାର ଯୋଗାଇବାର ନିୟମ ରହିଛି। ହେଲେ ନୂଆପଡା ଜିଲ୍ଲା ସିନାପାଲି ଠାରେ ଥିବା ମାଁ ଗ୍ରୁହ ରେ ଆବଶ୍ଯକ ପୁଷ୍ଟିକର ଖାଦ୍ୟ ଦିଆଯାଉନଥିବା ଜିଲ୍ଲାପରିଷଦ ସଦସ୍ଯ ପ୍ରିୟ ରଂଜନ ମେହେର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଜଣେ ଗର୍ଭବତୀ ମହିଲା ଗୋଟିଏ ସପ୍ତାହ ରୁ ୧୦ଦିନ ମଧ୍ଯ ରେ ରହିବାର ସହିତ ଉଚିତ୍ ଡାକ୍ତର ପରାମର୍ଶ ଦେବାର ବ୍ୟବସ୍ଥା ରହିଛି। ଏପରିକି ସମ୍ପୁକ୍ତ ମାଁ ମାନଙ୍କୁ ଚାଉଳ ଡାଲି ଆଲୁ ପରିବା ସାଗ ତୈଳ ଗ୍ରୀନ୍ ସାଲାଡ଼ ମାଛ ମାଂସ ଅଣ୍ତା ପନିର ତରକାରୀ ଭଜା କ୍ଷିର ଆଦି ଦେବାପାଇଁ ସରକାର ତରଫରୁ ବ୍ୟବସ୍ଥା ରହିଛି। ହେଲେ ଏହି ସବୁ ସାମଗ୍ରୀ ଦିଆନଯାଇ କେବଲ ଭାତ ଡାଲି ରେ କାମ ଚଲାଇ ଦେଉଛନ୍ତି। ଏତତବ୍ୟତୀତ ସକାଲ ବେଲା ଜଲଖିଆରେ ସୁଜି ଉପମା ଆଲୁ ମଟରଚଣା ମାଣ୍ତିଆ କ୍ଷୀରି ମକାକ୍ଷିରି ଗହମ କ୍ଷିରି ଚୁଡା ସେମିଆ ପାଚିଲା କଦଲି ଓ ଅନ୍ୟାନ୍ୟ ଫଳ ଦେବାର ବ୍ୟବସ୍ଥା ମଧ୍ଯ ରହିଛି। ହେଲେ କେବଳ ମୁଡି ଖଇ ଦେଇ କାମ ସାରି ଦେଉଥିବା ଅଭିଯୋଗ ହୋଇଛି।

ତେବେ ଯୋଗାଣ ହେଉଥିବା ସାମଗ୍ରୀ ସଠିକ୍ ଭାବରେ ମାଁ ମାନଙ୍କୁ ଦିଆନଯାଇ କୁଆଡେ ଯାଉଛି ବୋଲି ଶ୍ରୀ ମେହେର ଅଭିଯୋଗ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ଯଯେ ଏହାକୁ ପରିଚାଲନା କରିବା ପାଇଁ ,ୟାର, ସେଛାସେବୀ ସଂଗଠନ ଦାୟିତ୍ୱ ତୁଲାଉଥିବା ବେଲେ ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀ ଗୁଡିକୁ ଚନ୍ଚକତା କରି ହଡପ୍ କରାଯାଉଥିବା ଅଭିଯୋଗ ରେ ଦର୍ଶାଇ ଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସିନାପାଲି ଠାରେ ମାଁ ମାନଙ୍କ ସୁବିଧାକୁ ଦୁଷ୍ଟି ରେ ରଖି ଗତ ୩୦ ସେପ୍ଟେମ୍ବର ୨୦୧୩ ମସିହାରେ ତତକାଳୀନ ଜିଲ୍ଲାପାଳ ଜୟକୁମାର ଭି ଉଦଘାଟନ କରିଥିଲେ। ହେଲେ ଉଦଘାଟନ ର କିଛି ବର୍ଷ ପରେ ମାଁ ଗ୍ରୁହ କାର୍ଯ୍ୟକାରୀ ହୋଇ ରହିବା ଓ ଖାଇବା ବ୍ୟବସ୍ଥା କରାଗଲା। ହେଲେ ଯେଉଁ ଉଦ୍ଦେଶ୍ଯ ନେଇ ଏହି ଗ୍ରୁହ ପ୍ରତିଷ୍ଠା କରାଗଲା ସେହି ଅନୁସାରେ ମାଁ ମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ସିନାପାଲି ବ୍ଲକ ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ସୀମାବର୍ତ୍ତୀ ନଙ୍ଗଲବୋଡ ଘାଟମାଲ ଖଇରପଦର ନୂଆମାଲପଡା କୁସୁମଯୋର ଝାରବନ୍ଦ ଅଞ୍ଚଳ ର ଗର୍ଭବତୀ ମହିଲା ମାନେ ମାଁ ଗ୍ରୁହ ଉପରେ ନିର୍ଭର କରନ୍ତି।

ସିନାପାଲି ସଦରମହକୁମା ଠାରୁ ଦୁରରେ ଥିବା ଗାଁ ମାନଙ୍କ ରୁ ଗାଡି ଯୋଗେ ଆସି ଏଠି ରହିଥାନ୍ତି। ହେଲେ ଅନେକାଂଶ ସମୟରେ ଗର୍ଭବତୀ ମହିଲା ମାନେ ନିଜେ ଭଡା ଗାଡିରେ ଆସି ଖର୍ଚାନ୍ତ ହେଉଛନ୍ତି। ବୋଲି ଶ୍ରୀ ମେହେର କ୍ଷୋଭ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନ ୧ ଘଣ୍ଟା ସମୟରେ ମାଁ ମାନଙ୍କୁ ଖାଦ୍ୟ ପରିବେଶଣ ସମୟରେ ଖାଦ୍ୟ ର କିଭଳି ବ୍ୟବସ୍ଥା କରାଯାଇଛି ଦେଖିବାକୁ ଯାଇଥିଲେ। ହେଲେ ସେଠାରେ ସରକାରୀ ନିୟମ ମୁତାବକ କୌଣସି ଖାଦ୍ୟ ଦିଆଯାଉନଥିବା ଜାଣିବାକୁ ପାଇଥିଲେ। ପରେ ସେଛାସେବୀ ସଂଗଠନ ର ସଂପାଦକ ହରିଦାସ ପଟେଲ ଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇ ତାକିତ୍ କରିଥିଲେ। ପରେ ଶ୍ରୀ ପଟେଲ କହିବା ଅନୁସାରେ ବର୍ତ୍ତମାନ ଆମକୁ ବିଲ୍ ର ପାଉଣା ଦେବାରେ ବିଲମ୍ୱ ହେଉଥିବାରୁ କିଛି ଦିନ ହେଲା ଏଭଲି ଅବ୍ୟବସ୍ଥା ହେଉଛି ବୋଲି କହିଥିଲେ। ତେବେ ଏଠାରେ ପ୍ରସ୍ନଉଠେ ଟେଣ୍ଡର ନେଇଥିବା ସେଛାସେବୀ ସଂଗଠନ କେଉଁ ଉଦ୍ଦେଶ୍ଯ ରେ ଏଭଲି ବ୍ୟବସ୍ଥା କରୁଛି ତାହା ଅତି ଦୁଃଖ ର ବିଷୟ ବୋଲି କହିବା ସହ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେବାକୁ ଦାବି କରୁଛନ୍ତି।

Comments are closed.