ନୂଆପଡା-୧୮/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି ) : କଳାହାଣ୍ତି ବିଶ୍ବ ବିଦ୍ୟାଳୟ ଭଵାନୀପାଟଣାର ଭାଇସ୍ ଚାନସେଲରଙ୍କ ପ୍ରମୋଦ ଉଦ୍ୟାନରେ କବୀ ଡ.ଗୀତାଶ୍ରୀ ପ୍ରିୟମ୍ବଦାଙ୍କ କବିତା ସଂକଳନ “ନିଶାନ୍ତ ନିଃସ୍ବନ” ଭାଇସ୍ ଚାନସେଲର ଡ.ସଞୟ କୁମାର ଶତପଥୀଙ୍କ ଦ୍ବାରା ଉନ୍ମୋଚିତ ହୋଇ ଯାଇଛି । ସ୍ବତନ୍ର ଉନ୍ମୋଚନ ଉତ୍ସବରେ କଳାହାଣ୍ତି ବିଶ୍ବ ବିଦ୍ୟାଳୟର ଭାଇସ୍ ଚାନସେଲର୍ ଡ. ସଞୟ କୁମାର ଶତପଥୀ, କୂଳ ସଚୀବ ପିତାମ୍ବର ଭୁଏ, ଡ.ସୁବ୍ରତ ପାଣିଗ୍ରାହୀ, ଡ.ଆବର୍ତ୍ତ ତାଣ୍ତିଆ,ସାହିତ୍ୟ ବାର୍ତ୍ତାର ସଂପାଦକ ଶ୍ରୀ ସକିତ ରତେ,ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ.ଅଖିଳ କୁମାର ନାୟକ,ସାମ୍ବାଦିକ ତଥା ଗାଳ୍ପିକ ମାୟାଧର ସରାଫ , ଶ୍ରୀମତୀ କମଳିନୀ ବାଗ, ଶ୍ରୀ କିଶୋର କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ । “ନିଶାନ୍ତ ନିଃସ୍ବନ” କବୀ ପ୍ରିୟମ୍ବଦାଙ୍କ ୬ଷ୍ଠ କବିତା ସଂକଳନ । ନିଶାନ୍ତ ନିଃସ୍ବନ କବିତା ସଂକଳନରେ ନୂଆପଡା ଜିଲ୍ଲାର ସାହିତ୍ୟ,ସଂସ୍କୁତି, ପ୍ରଥା ପରଂପରା ସହ ନାରୀ ଜୀବନର ବେଦନା, ବିଷୟ କବିତାରେ ସ୍ଥାନୀତ ହୋଇ ଥିବାରୁ ପାଠକଙ୍କ ହୢଦୟକୁ ସ୍ପର୍ଶ କରି ବୋଲି ଆଶା ଓ ବିଶ୍ବାସ ଡ.ପ୍ରିୟମ୍ବଦା ରଖିଛନ୍ତି ।
Comments are closed.