Odisha news

ବୁଢିପଦର ଦେବଗିରିଠାରେ ଗ୍ରାମ୍ୟ ଉଦ୍ୟାନର ଭୂମୀ ପୂଜନ ଉତ୍ସବ

ନର୍ଲା: ସକାଳ ଖବର (ଦୀପକ କୁମାର ଠାକୁର) ନର୍ଲା ବ୍ଲକ ରାକସି ପଞ୍ଚାୟତ ବୁଢିପଦର ସ୍ଥିତ ଦେବଗିରି ମଠ ପାଦଦେଶରେ ଆଜି ଗ୍ରାମ୍ୟ ପାର୍କ ପାଇଁ ଭୂମୀ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦେଇ ଭୂମୀ ପୂଜନ କରିଥିଲେ। ଏଥିରେ ଦେବଗିରି ମଠ ପରିଚାଳନା ସମିତିର ବିଜୟ ଧଙ୍ଗଡାମାଝୀ, ସୁନୀଲ କୁମାର ଧଙ୍ଗଡାମାଝୀ, ମଣି ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ସନ୍ତୋଷ ପାଢ଼ୀ, ରଜନୀ ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ଗୋପାଳ ଧଙ୍ଗଡାମାଝୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ରାଚୀନ ମହାକନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ର ସ୍ଥଳୀ ‘ଦେବଗିରି’ ଶୈବ, ଶାକ୍ତ, ବୈଷ୍ଣବ ଓ ଗାଣପତ୍ୟ ଧର୍ମର ମିଳନସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥାଏ। କଳାହାଣ୍ଡି ନାଗବଂଶୀ ମହାରାଜାମାନଙ୍କ ଦ୍ୱାରା ୧୮୦୦ ଶତାବ୍ଦୀରୁ ଦେବଗିରିର ପୁନରୁତ୍ଥାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦେବଗିରି ମଠ ସ୍ଥାପିତ ହେବାସହ ଏଠାରେ ଦଧିବାମନଜୀଉ ମନ୍ଦିର, ନାଟ ମଣ୍ଡପ, ଗୋଶାଳା, ଅତିଥିଶାଳା ଆଦି ନିର୍ମିତ ହୋଇଥିଲା। ଏସବୁ ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଥିବାବେଳେ ଦେବଗିରି ମଠରେ ଗ୍ରାମ୍ୟ ପାର୍କ ନିର୍ମିତ ହେଲେ ପର୍ଯ୍ୟଟକମାନେ ଆକୃଷ୍ଠ ହେବେ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Govt

Comments are closed.