Odisha news

ନବ ନିଯୁକ୍ତ ଏଡିଇଓ ନୂଆପଡ଼ାଙ୍କୁ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସ୍ଵାଗତ

0
 ନୂଆପଡ଼ା  (ସୁରେନ୍ଦ୍ର ତିୱାରୀ)ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜୀତେନ୍ଦ୍ର ଖମାରୀଙ୍କ ନେତୃତ୍ୱରେ ବ୍ଲକର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ନୂତନ ଭାବରେ ଯୋଗଦାନ କରିଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମ ଲାଲ ନାଏକଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଏଡିଇଓ ସୁଧାଂଶୁ ଶେଖର ମିଶ୍ର ଓ ଆଇ ଇ ଜିଲ୍ଲା ସଂଯୋଜକ ହେମନ୍ତ ଭୋଙ୍କ ଗହଣରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ଡଃ ନାଏକ ପୂର୍ବରୁ ନୂଆପଡ଼ା, କୋମନା ଓ ବୋଡ଼େନ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଜିଲ୍ଲାରେ କାର୍ଯ୍ୟରତ ଥିଲେ। ନବରଙ୍ଗପୂର୍ ରେ ଏଡିଇଓ ଭାବରେ ତିନି ବର୍ଷ କାର୍ଯ୍ୟ ପରେ ନୂଆପଡାରେ ପୁଣି ଥରେ ଯୋଗଦାନ କରିଛନ୍ତି। ବିଗତ ଦିନର ଅନୁଭୂତିକୁ ନେଇ ଶିକ୍ଷା ବିଭାଗରେ ଜଣେ ଦକ୍ଷ ପ୍ରଶାସକଙ୍କ ଯୋଗଦାନକୁ ନେଇ ଶିକ୍ଷା ପରିବାର, ଶୁଭେଚ୍ଛୁ , ଶିକ୍ଷା ପ୍ରେମୀ, ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଏହି ସ୍ଵାଗତ କାର୍ଯ୍ୟକ୍ରମରେ   ସମ୍ପାଦକ ମକରଧ୍ବଜ ବାରିକ, କିଶୋର ପ୍ରଧାନ, ବୈଷ୍ଣବ ଭୋଇ, ସଦର ସିଆରସିସି ଯୋଗିନ୍ଦ୍ର ବେହେରା,  ଠୁବୁ ମାଝୀ, ରାଜେଶ ବିନାୟକ, ଦିନେଶ ମାଝୀ,ଭୁଜ ନାଏକ, ପିଟିଆଇ ଜିଲ୍ଲା ସଭାପତି ଥବିର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply