Odisha news

ମହାରାଷ୍ଟ୍ର ରାଜନୀତି ରେ ପୁଣି ହଲଚଲ : ଏକାଠି ହେବେକି ୨ ଭାଇ ଉଦ୍ଧବ ଓ  ରାଜ ଠାକରେ

0

ଉଦ୍ଧବ ଓ ରାଜ ଠାକରେ ଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ପୁନର୍ବାର ଗରମ ହେବାରେ ଲାଗିଛି, ଆଶା କରାଯାଉଛି ଯେ ପୁନର୍ବାର ଦୁଇଭାଇ ପୁରୁଣା ମନୋମାଳିନ୍ୟ କୁ ଭୁଲି ଏକାଠି ହୋଇପାରନ୍ତି l କିନ୍ତୁ ରାଜନୀତିଜ୍ଞ ବିଶେଷଜ୍ଞ ଙ୍କ ମତରେ ଯଦି ଠାକରେ ଭାଇ ପୁଣି ଏକାଠି ହେଲେ ତେବେ ସେମାନଙ୍କ ମଧ୍ୟରେ ଅନେକ ସର୍ତ୍ତ ରହିବ l ଏବଂ ଆଗାମୀ ମତଦାନ ମଧ୍ୟ ଏହା ଉପରେ ନିର୍ଭର କରିବ l

କିନ୍ତୁ ଏହା କେତେଦୂର ସମ୍ଭବ ଯେ ୨୦ ବର୍ଷର ଏହି ମତଭେଦ ଯାହାକି ଶିବସେନା ରୁ ଅଲଗା ହେବାର ରାସ୍ତା ରାଜ ଠାକରେ ଙ୍କ ପାଇଁ ଖୋଲି ଦେଇଥିଲା l

ଶିବସେନା ଠାରୁ କାହିଁକି ଅଲଗା ହେଲେ ରାଜ ଠାକରେ –
ଦିନ ଥିଲା ୧୮ ଡିସେମ୍ବର ୨୦୦୫ , ଦ୍ବିପ୍ରହର ସମୟ, ମୁମ୍ବାଇ ସ୍ଥିତ ଶିବାଜୀ ପାର୍କ ର ଜିମ ଖାନା ରେ ରାଜ ଠାକରେ ଗୋଟିଏ ପ୍ରେସ କର୍ଣ୍ଣଫରେନ୍ସ ଡାକିଥିଲେ, ସେ ଖୁବ ଭାବୁକ ଥିଲେ, ସେ ନିଜର ପ୍ରଥମ ଶବ୍ଦ ରେ ସାମ୍ବାଦିକ ମାନଙ୍କୁ ସମ୍ବଧିତ କରି କହିଥିଲେ ‘ଏଭଳି ଦିନ ମୋ ଶତ୍ରୁ ଙ୍କୁ ମଧ୍ୟ ଭଗବାନ ନଦିଅନ୍ତୁ, ମୋତେ ସମ୍ମାନ ଦରକାର, କିନ୍ତୁ ମତେ ବାରମ୍ବାର ଅପମାନ ମିଳୁଛି, ‘ ଏବଂ ସେହିଦିନ ୩୬ ବର୍ଷୀୟ ରାଜ ଠାକରେ ଶିବସେନା ରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଥିଲେ l ଶିବସେନା ସେହି ପର୍ତ ଥିଲା ଯାହାକି ତାଙ୍କ ଦାଦା ଵାଲା ସାହେବ ଠାକରେ ତିଆରି କରିଥିଲେ, ଶିବସେନା ରୁ ଇସ୍ତଫା ଦେବାର ୩ମାସ ପରେ ରାଜ ଠାକରେ ନିଜର ଗୋଟିଏ ନୂଆ ଦଳ ଗଢିଲେ ଯାହାର ନାମ ଥିଲା ମହାରାଷ୍ଟ୍ର ନବନିର୍ମାଣ ସେନା l

ଯେଉଁଦିନ ରାଜ ଠାକରେ ଶିବସେନା ରୁ ଇସ୍ତଫା ଦେଇଥିଲେ ସେହିଦିନ ଉଦ୍ଧବ ଠାକରେ  ମଧ୍ୟ ନିଜ ବାସଭବନ ମାତୋଶ୍ରୀ ରେ ଗୋଟିଏ ପ୍ରେସ କର୍ଣ୍ଣଫରେନ୍ସ କରିଥିଲେ ଏବଂ କହିଥିଲେ ଯେ ରାଜ ର ଏହି ନିଷ୍ପତି ଭୁଲ ବୁଝାମଣା ର କାରଣ ଅଟେ l  ସେହି ସମୟରେ ଉଦ୍ଧବ ଠାକରେ ଙ୍କୁ ୪୪ ବର୍ଷ ବୟସ ହୋଇଥିଲା l  ସେତେବେଳେ ଉଦ୍ଧବ ଶିବସେନା ର କାର୍ଯ୍ୟକାରୀ ପ୍ରମୁଖ ଥିଲେ l ଏହା ସହିତ ଉଦ୍ଧବ ଥାକରେ ମିଡ଼ିଆ କୁ କହିଥିଲେ ଯେ ରାଜ ଠାକରେ ଙ୍କ ନିଷ୍ପତି ରେ ଖୁବ ମୁଁ ଆହତ ଅଟେ l

୨୦ ବର୍ଷ ପୁଣି ହେବେକି ଏକାଠି-
ବର୍ତମାନ ୨୦ ବର୍ଷ ପରେ ପୁନର୍ବାର ଦୁଇ ଭାଇ ଏକ ସାଙ୍ଗରେ ଯୋଡି ହେବାର ସଂକେତ ଦେଉଛନ୍ତି, ଏହି ସଂକେତ ମହାରାଷ୍ଟ୍ର ନୁହେଁ ସାରା ଦେଶର ରାଜନୀତି ରେ ଚର୍ଚାର ବିଷୟ ପାଲଟିଛି l
MNS ର ପ୍ରାରମ୍ଭିକ ପର୍ଯ୍ୟାୟ ରେ ‘ମରାଠୀ ମାନୁଷ’ ର ମୁଦା ଲୋକପ୍ରିୟ ହୋଇଥିଲା, କିନ୍ତୁ ବର୍ତମାନ MNS ରାଜନୈତିକ ଭାବରେ ସମ୍ପୂର୍ଣ ଅଲଗା ପ୍ରସଙ୍ଗ ହୋଇସାରିଛି l ଏବଂ ଅନ୍ୟ ପକ୍ଷରେ ଉଦ୍ଧବ ଠାକରେ  ଙ୍କ ପ୍ରତିନିଧିତ୍ବ ରେ ଥିବା ଶିବସେନା ୨୦୨୨ ରେ ଏକନାଥ ସିନ୍ଧେ ଙ୍କ ପ୍ରତାରଣା ରେ ଭାଙ୍ଗି ଯାଇଛି l

ରାଜ ଠାକରେ ନିକଟରେ ଗୋଟିଏ ପୋଡ଼କାଷ୍ଟ ରେ କହିଛନ୍ତି ଯେ ମୋର ଓ ଉଦ୍ଧବ ମଧ୍ୟରେ ମତଭେଦ ଛୋଟ ଅଟେ, କିନ୍ତୁ ମହାରାଷ୍ଟ୍ର ଏହିସବୁ ମତଭେଦ ଠାରୁ ଖୁବ ଊର୍ଧ୍ୱରେ, ଏହା ମରାଠୀ ଜନତା ଙ୍କ ପାଇଁ ଖୁବ ଭାରି ପଡୁଛି, ଏକାସାଥିରେ କାମ କରିବା କିଛି ବଡ଼ କଥା ନୁହେଁ, ବାସ ଇଚ୍ଛା ରହିବା ଜରୁରୀ l ମୁଁ ରାଜ ସହିତ ଏକାଠି କାମ କରିବାକୁ ଚାହୁଁଚି ମାତ୍ର ମୋର ଗୋଟିଏ ସର୍ତ୍ତ ଅଛି, ମୁଁ ନିଜସ୍ୱ ମନୋମାଳିନ୍ୟ ଭୁଲି ଯାଇପାରେ, ପ୍ରତିଦିନ ମତ ପରିବର୍ତ୍ତନ କରିପାରିବି ନାହିଁ କିମ୍ବା ତାହାକୁ ଗ୍ରହଣ କରିବି l

ରାଜ ଠାକରେ ଅନେକ ଥର କହିସାରିଛନ୍ତି ଯେ ତାଙ୍କର ମତଭେଦ ବ୍ୟକ୍ତିଗତ ନୁହେଁ, ରାଜନୈତିକ ଅଟେ, ଏହା ବର୍ତମାନର ରାଜନୈତିକ ପ୍ରସ୍ତାବ ରେ ମଧ୍ୟ ମଜୂଦ ରହିଛି l  କିନ୍ତୁ ବର୍ତମାନର ସ୍ଥିତି କୁ ଦେଖିଲେ ଲାଗୁଚି କଣ ୨ଭାଇ ସବୁକିଛି ଭୁଲି ପୁନର୍ବାର ଏକାଠି ହୋଇପାରିବେ ? କଣ ଵାଲା ସାହେବ ଠାକରେ ଙ୍କ ପ୍ରାଚୁର୍ଯ୍ୟ ପୁନର୍ବାର ଏକାଠି ହେବ ? ଏହା କେବଳ ଆଗାମୀ ଦିନରେ ଜଣାପଡିବ ବୋଲି କୁହାଯାଉଛି l

Leave A Reply