Odisha news

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡି ରହିଛି କୁଢ଼ କୁଢ଼ ମଇଳା, ଦରମା ମିଳୁନଥି ବାରୁ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ।

0
ନୂଆପଡ଼ା – ୨୧/୪ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଠୁନାହିଁ  ମଇଳା। ଡ଼ଷ୍ଟବିନ ରେ ପଡି ରହିଛି କୁଢ଼ କୁଢ଼ ମଇଳା। କାମ ନ କରି ଧାରଣାରେ ବସି ରହିଛନ୍ତି ସଫେଇ କର୍ମଚାରୀ । ମାସ ମାସ ହେଲା ଦରମା ମିଳି ନ ଥୁବାରୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସଫେଇ କର୍ମଚାରୀଗଣ । ପରିବାର ପ୍ରତିପୋଷଣ , ଦୈନନ୍ଦିନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଚଳିବା ଅସହ୍ୟ ହେବା ପରେ ଶେଷ ରେ ବାଧ୍ୟ ହୋଇ  ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀମାନେ। ଚିକିତ୍ସାଲୟର ସଫେଇ କାମ ଠପ ହୋଇ ପଡିଛି। ମଇଳା ଉଠୁନଥୁବାରୁ ଚିକିତ୍ସାଲୟ ଗନ୍ଧ ମଧ୍ୟ ହେଲାଣି। ସଫେଇ କର୍ମଚାରୀନଙ୍କୁ କାମରେ ରଖିଥିବା ଏଜେନ୍ସି ଦରମା ଦେଉନଥିବା  ବେଳେ ଆଲୋଚନା ପାଇଁ ଆସୁନଥିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ସଫେଇ  କର୍ମଚାରୀ ମାନେ। ଦର ଦାମ ବୃଦ୍ଧି ଓ ମହଙ୍ଗା ଦୁନିଆରେ ଦରମା ମିଳୁ ନ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଛି ତେଣୁ ବାଧ୍ୟ ହୋଇ ଆମେ କାମ ବନ୍ଦ କରିଛୁ ଆଉ ଦରମା ମିଲଲେ ହି ପୁଣି ସଫେଇ କାମ କରିବୁ ବୋଲି ସଫେଇ ସଂଘ କର୍ମଚାରୀମାନେ ପ୍ରକାସ କରିଛନ୍ତି। ପୂର୍ବରୁ ସଫେଇ କାମ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିନ୍ନ ମହଳରୁ ପ୍ରଶଂସିତ ହୋଇଛନ୍ତି, ତେଣୁ ଆଜି ପରି ଅଭାବନୀୟ ପରିସ୍ଥିତି ପାଇଁ ସମ୍ପୃକ୍ତ ଏଜେନ୍ସି କୁ ସେମାନେ ଦାୟୀ କରିଛନ୍ତି। ସଫେଇ କର୍ମଚାରୀମନଙ୍କ ଦରମା କାହିଁକି ଠିକ୍ ସମୟ ରେ ମିଳୁନାହିଁ , ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶିଘ୍ର ଜିଲ୍ଲା ଚିକିତ୍ସାଳୟ ପରିସର କୁ ଦୁର୍ଗନ୍ଧ ମୁକ୍ତ ଓ ସ୍ୱଚ୍ଛ କରିବା କୁ ବିଭିନ୍ନ ମହଲ ରୁ ଦାବୀ ହେଉଛି।
Leave A Reply