Odisha news

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୋଦମେରୀ ର ତୃତୀୟ ବାର୍ଷିକୋତ୍ସବ

0
ନୂଆପଡ଼ା – ୨୧/୪( ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ କୋଦମେରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅତ୍ୟନ୍ତ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉତ୍ସବରେ ପରିଚାଳନା ସମିତିର ସଭାପତି ଘାସିରାମ ମାଝୀଙ୍କ ସଭାପତିତ୍ଵରେ ମୂଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଳ୍ଲାପାଳ  ମଧୁସୂଦନ ଦାସ୍ ,ମୂଖ୍ୟ ବକ୍ତା ହେମସାଗର ମହାନନ୍ଦ,ସମ୍ମାନୀତ ଅତିଥି  କରୁଣାନିଧି ଚନ୍ଦ୍ରକାର, ମମତା ପୁଞ୍ଜୀ ସରପଞ୍ଚ,ବାସମତୀ ଶବର ସମିତି ସଭ୍ୟା,ହେମ ସାଗର ରାଉତ, ହୁମେ ଲାଲ ସାହୁ, ଗୋଦାବରୀ ସାହୁ, ଗଛ୍ଛିନ ଧରୁଆ, ପଦ୍ମନ ସାହୁ, କ୍ରୀଷ୍ଣା ଆଚାରୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ସ୍ଥାପନା ର ଦୀର୍ଘ ୩୬ ବର୍ଷରେ ୩ୟ ବାର୍ଷିକ ଉତ୍ସବ ଓ ପ୍ରଥମ ଥର  ଜିଲ୍ଳାପାଳ ବିଦ୍ୟାଳୟର କାର୍ଯ୍ୟକ୍ରମରେ ଉପସ୍ଥିତି ହୋଇଥିବାରୁ ସମସ୍ତଙ୍କ ଉତ୍ସାହ  ଦୁଇଗୁଣା ହୋଇପଡ଼ି ଥିଲା ।ବିଦ୍ୟାଳୟର ୨୦୨୪-୨୫ ଶିକ୍ଷା ବର୍ଷର ବିବରଣୀ  ଶିକ୍ଷକ ଗୋକୁଳରାମ ଦଣ୍ଡସେନା ପଠନ କରିଥିବା ବେଳେ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।କୁମାରୀ ଶାଳିନୀ ପୁଞ୍ଜୀଙ୍କୁ ସର୍ବୋତ୍ତମ ଛାତ୍ରୀ ରୂପେ ସମ୍ମାନୀତ କରାଯାଇ ଟ୍ରଫି ଓ ମାନ ପତ୍ର ପ୍ରଦାନ କରାଯାଇଥିଲା।
ଉପରୋକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ହିମାଂଶୁ ଶେଖର,ମନୋଜ ଦାସ୍, ଅବସରପ୍ରାପ୍ତ ଶିକ୍ଷକ ରେଖରାମ ଦଣ୍ଡସେନା,ମଦନମୋହନ ପଟ୍ଟନାୟକ,ପରିଚାଳନା  ସମିତିର ସଦସ୍ୟ ଗଣେଶ ଦଣ୍ଡସେନା, ଲିଖନ ସୁନା,ପିତାମ୍ବର ସତନାମୀ,ଅସିତ ପୁଞ୍ଜୀ, ସୁରେଶ ପୁଞ୍ଜୀ, କୃଷ୍ଣ ମାଝୀ,ମନୁରାଉତ ,ବରୁଣ ରାଉତ,ରିଙ୍କି ଦଣ୍ଡସେନା ପ୍ରମୂଖ ସହଯୋଗ  କରିଥିଲେ । ମଞ୍ଚ ପରିଚାଳନା ଶିକ୍ଷକ ଗୋକୁଳରାମ ଦଣ୍ଡସେନା ଙ୍କ ତତ୍ଵାବଧାନରେ ଛାତ୍ରୀ ଶାଳିନୀପୁଞ୍ଜୀ,ଦିବ୍ୟା ସାହୁ ଓ ଚାନ୍ଦନୀ ବାରିକ କରିଥିବା ବେଳେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବେଟି ବଚାଓ ବେଟି ପଢ଼ାଓ ଏକାଙ୍କିକା ବହୁତ ଶିକ୍ଷଣୀୟ ହୋଇଥଲା।ବିଗତ ଶିକ୍ଷାବର୍ଷର ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ବିଜେତା କୁମାରୀ ଦିପୀକା ବାରିକ ଓ  ଆର୍ୟନ ପଧାନ ଙ୍କୁ ସମ୍ମାନୀତ କରାଯାଇଥିଲା  ।ଏହି ବିଦ୍ୟାଳୟରେ ୨୦୨୨ରେ ଯୋଗଦାନ କଲାପରେ ପ୍ରମୂଖ  ଭୂମିକା ଗ୍ରହଣ କରି ୩୩ ବର୍ଷ ପରେ ପ୍ରଥମ  ବାର୍ଷିକ ଉତ୍ସବ  ସହ ଲଗାତାର ତୃତୀୟ ବାର୍ଷିକ ଉତ୍ସବ କୁ ଏକ ସଫଳ ରୂପାୟନ କରିଥିବା ଶିକ୍ଷକ
 ଗୋକୁଳ ରାମ ଦଣ୍ଡସେନା ଙ୍କ ପ୍ରୟାସ କୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଥିଲା । ପଞ୍ଚଶଖା ଶିକ୍ଷା ସେତୁ ସମ୍ପାଦକ ନନ୍ଦ ଲାଲ ସୁନା  ବ୍ୟବସ୍ଥା ରେ ଉଲ୍ଲେଖନୀୟ ସହଯୋଗ  କରିଥିବା ବେଳେ ସଭା ଶେଷ ରେ ପଞ୍ଚଶଖା ଶିକ୍ଷା ସେତୁ ସଭାପତି ହୁମେଲାଲ ସାହୁ ସମସ୍ତ ଙ୍କୁ ଧନ୍ୟଵାଦ ଅର୍ପଣ କରିଥିଲେ ।
IEC 2 years
Leave A Reply