ପହଁଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତ୍ୟେକ ଦିନ କିଛିନା କିଛି ନୂଆ ଅପଡେଟ ସାମ୍ନାକୁ ଆସୁଛି, ଭାରତୀୟ ଗୁଇନ୍ଦା ବିଭାଗ ବର୍ତମାନ ମଧ୍ୟ ଖୋଳ ତାଡ଼ ଜାରି ରଖିଛନ୍ତି l ବର୍ତମାନ ଜ୍ୟୋତି ମାଲହୋତ୍ରା ଙ୍କ ସହିତ ଅନେକ ସନ୍ଦିଗ୍ଧ ଗିରଫ ହୋଇ ସାରିଛନ୍ତି l ଦିନକୁ ଦିନ ଏହାର ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି l ଯାହାର ଚେର ଲମ୍ବିଛି ପାକିସ୍ତାନ ପର୍ଯ୍ୟନ୍ତ, ସୂଚନା ମୁତାବକ ପହଁଲଗାମ ଆକ୍ରମଣ ଦିନ ଯେଉଁଠି ସାରା ଦେଶ ଦୁଃଖରେ ବୁଡି ରହିଥିଲା, ସେହିଦିନ ପାକିସ୍ତାନ ଏଂବାସୀ ଜଣେ ବ୍ୟକ୍ତି କେକ ନେଇ ଯାଉଥିଲେ ଏବଂ ତାଙ୍କୁ ମେଡିଆ କର୍ମୀ ପଚାରିଥିଲେ କେକ କୁଆଡେ ନେଇ ଯାଉଛ , ଉକ୍ତ ବ୍ୟକ୍ତି ଜଣଙ୍କ ଜ୍ୟୋତିଂକ ସହିତ ଗୋଟିଏ ଭିଡିଓ ରେ ନଜର ଆସିଥିଲେ l
ଜ୍ୟୋତି ଦେଢ଼ ବର୍ଷ ର ହୋଇଥିବା ସମୟ ରେ ତାଙ୍କ ମା ତାଙ୍କୁ ଶିଶୁ ଗୃହରେ ଛାଡି ଚାଲି ଯାଇଥିଲେ l ଏବଂ ଖବର ପାଇ ତାଙ୍କ ବାପା ନିଜ ଘରକୁ ଆଣି ପରିବାର ର ଅନ୍ୟ ସଦସ୍ୟ ଙ୍କ ସହିତ ମିଶି ଜ୍ୟୋତି ଙ୍କୁ ପାଳନ ପୋଷଣ କରି ବଡ଼ କରିଥିଲେ l
ଅନେକ ଦେଶ ନିଜ ଶତ୍ରୁ ରାଷ୍ଟ୍ର ର ଗୁପ୍ତ ତଥ୍ୟ ନେବା ପାଇଁ ଅନେକ ସମୟ ରେ ଜ୍ୱାସୁସ ବା ଗୁପ୍ତ ଚୋର ନିୟୋଜିତ କରିଥାଆନ୍ତି, ଯାହାଦ୍ୱାରା ଶତ୍ରୁ ରାଷ୍ଟ୍ର ର ଗୁପ୍ତ ରହସ୍ୟ ମିଳିପାରିବ l ଏବଂ ଅନେକ ସମୟ ରେ ଏହି ଜାସୁସ ମାନେ ଧରାପଡ଼ି ଯାଇଥାଆନ୍ତି l
ଯେଉଁ ସମୟ ରେ ଧରାପଡ଼ି ଥାଆନ୍ତି ସେତେବେଳେ ଏମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ, ଏବଂ ଦେଶର ସରକାର ମଧ୍ୟ ଏମାନଙ୍କ ନିକଟରୁ ଦୂରେଇ ରହି ଥାଆନ୍ତି, କିନ୍ତୁ ଜାସୁସ କାହିଁକି ଯୁଦ୍ଧ ଓ ଡିପ୍ଲୋମାସି ର ଜରୁରୀ ଅଂଶ ଭାବରେ ଗ୍ରହଣ କରାଯାଇଥାଏ l ଏହାକୁ ନେଇ ଜେନିଭା ଚୁକ୍ତି ର କିଛିଟା ନିୟମ ରହିଛି l
ଚୁକ୍ତି ଅନୁସାରେ ଜ୍ୱାସୁସ ପାଇଁ କିଛିଟା ନିୟମ ରହିଥାଏ କିନ୍ତୁ ତାହା କେବଳ ଯୁଦ୍ଧ ସମୟରେ ଓ ସୀମିତ ସମୟ ପାଇଁ, ଯୁଦ୍ଧ ସମୟରେ ଯଦି କୌଣସି ଜାସୁସ ଶତ୍ରୁ ରାଷ୍ଟ୍ର ରେ ପଶି କୌଣସି ତଥ୍ୟ ସଂଗ୍ରହ ତେବେ ତାହାକୁ ଜାସୁସି ନୁହେଁ ସ୍କାଉଟିଂଗ କୁହାଯାଇଥାଏ l ଏବଂ ସିଏ ଯେତେବେଳେ ଧରାପଡେ ସେତେବେଳେ ଗୋଟିଏ କଏଦୀ ଭାବରେ ସୁରକ୍ଷା ମିଳିଥାଏ l
ଏହା କେବଳ ଦେଶର ଗୁଇନ୍ଦା ବିଭାଗ ର ଗୁପ୍ତ ଚୋର ମାନଙ୍କ ପାଇଁ ଲାଗୁ ହୋଇଥାଏ ଓ ଏଥିରେ ଇଣ୍ଟରନେଶନାଲ କୋର୍ଟ ଅଫ ଜଷ୍ଟିସ ରେ ମଧ୍ୟ ଆବେଦନ କରାଯାଇ ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଥାଏ l କିନ୍ତୁ ଜ୍ୟୋତି ଙ୍କ ମାମଲା ସମ୍ପୂର୍ଣ ପୃଥକ ଓ ସେ ଦେଶର ନାଗରିକ ହୋଇ ଦେଶ ସହିତ ଗଦାରୀ କରିଥିବାରୁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l