୮୮ ବର୍ଷ ଆୟୁ ରେ ପୋପ ଫ୍ରାନ୍ସିସ ଙ୍କ ନିଧନ,ଭାଟିକାନ ସିଟିରେ କଲେ ଶେଷ ନିଶ୍ୱାସ ତ୍ୟାଗ

ଏଥି ସହିତ ସମଗ୍ର ବିଶ୍ୱରେ ଥିବା ୧.୪ ଆରବ କ୍ୟାଥଲିକ ସମାଜରେ ମଧ୍ୟ ଶୋକର ବାତାବରଣ ଦେଖା ଦେଇଛି l ୧୪ ଫେବୃଆରୀ ୨୦୨୫ ରେ ପୋପ ଫ୍ରାନ୍ସିସଁ ଡାକ୍ତରଖାନା ରେ ଭର୍ତି ହୋଇଥିଲେ l କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିଲା l ଦୀର୍ଘ ୧ମାସ ଚିକିତ୍ସିତ ହେବା ପରେ ପୋପ ମାର୍ଚ୍ଚ ୨୪ ରେ ନିଜ ବାସସ୍ଥାନ କାସା ସାଣ୍ଟl ମର୍ଟ ଫେରିଥିଲେ l ଏବଂ ଡାକ୍ତରଖାନା ରୁ ଫେରିବା ପରେ ତାଙ୍କ ବାସଭବନ ସମୁଖ ରେ ଲୋକେ ଭିଡ଼ ହୋଇଥିଲେ ଏବଂ ସେ ଲୋକଙ୍କୁ ଆଶୀର୍ବାଦ ଦେଇଥିଲେ l ପୋପ ଫ୍ରାନ୍ସିସ ଯେତେବେଳେ ଯୁବକ ଥିଲେ ତାଙ୍କ ଫୁସଫୁସ ରେ ସଂକ୍ରମଣ କାରଣରୁ ତାହାକୁ ବାହାରକରି ଦିଆଯାଇଥିଲା, ସେଥିପାଇଁ ତାଙ୍କୁ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ l
ପୋପ ଫ୍ରାନ୍ସିସ ଙ୍କ ମୃତ୍ୟୁ ସନ୍ଦେଶ ଗୋଟିଏ ଭିଡିଓ ସନ୍ଦେଶ ଯୋଗେ ଦିଆଯାଇଥିଲା, ଏବଂ କୁହାଯାଇଥିଲା ଯେ ରୋମାନ କ୍ୟାଥଲିକ ଚର୍ଚ୍ଚ ର ପ୍ରଥମ ଲାଟିନ ଆମେରିକୀୟ ଲିଡର ପୋପ ଫ୍ରାନ୍ସିସ ଙ୍କ ନିଧନ ହୋଇଯାଇଛି l ଗତ କିଛିଦିନ ତଳେ ଦୀର୍ଘ ସମୟ ପରେ ଇସ୍ଟର ଉପଲକ୍ଷେ ସର୍ବସମୁଖ କୁ ଆସିଥିଲେ l