Odisha news

ଜଙ୍ଗଲ ଅଧିକାର ଆଇନ ବାଟବଣା : ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ                   

0
ନୂଆପଡ଼ା -୭/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ରେ ଜଙ୍ଗଲ ଜମି କୁ ଦଖଲ କରି ପାରମ୍ପରିକ ଭାବରେ ପୁରୁଷାନୁକ୍ରମେ ଚାଷ ବାସ କରି ପରିବାର ପ୍ରତିପୋଷଣ କରୁଥିବା ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀ ମାନଙ୍କ ହକ ଓ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ବାରମ୍ବାର ଆନ୍ଦୋଳନ କରି ଆସୁଥିବା ବେଳେ ସରକାର ତଥା ପ୍ରଶାସନିକ ଅଧିକାରୀ ମାନଙ୍କ ଅହେତୁକ ମନୋଭାବ ସାଙ୍ଗକୁ ଦୁର୍ନୀତି ଖୋର ମନୋବୃତ୍ତି ପାଇଁ ସମସ୍ୟା ରେ ବୁଡି ରହିଥିବା ବେଲେ ଆଜି ପର୍ଯ୍ୟନ୍ତ ନିଜର ହକ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହିଭଳି ସମସ୍ୟାକୁ ନେଇ ନୂଆପଡ଼ା ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ ବୋଡ଼େନ ଶାଖା ଦ୍ଵାରା ବିଭିନ୍ନ ସମସ୍ୟାକୁ ୮ ଦଫା ଦାବୀ ନେଇ ବିରାଟ ରେଲି ସାଙ୍ଗକୁ କୃଷି କାର୍ଯ୍ୟାଳୟ, ବୋଡ଼େନ ବନ ବିଭାଗ ଓ ତହସିଲ ଅଫିସ ଘେରାଉ କରାଯିବା ସହ ଧାରଣା ଦିଆଯାଇ ଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ବସବାସ କରୁଥିବା ଅନେକ ପରିବାର ଜଙ୍ଗଲ ଜମି ଉପରେ ନିର୍ଭରଶୀଳ। ଜଙ୍ଗଲ ଜମି ଉପରେ ପୁରୁଷାନୁକ୍ରମେ ଚାଷ ବାସ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଜଙ୍ଗଲ ର ଲଘୁ ବନଯାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି। ଏହି ଜମିର ମାଲିକାନା ପାଇଁ ସରକାରଙ୍କ ଦ୍ଵାରା ଅଣା ଯାଇଥିବା ଜଙ୍ଗଲ ଅଧିକାର ଆଇନ ୨୦୦୬- ଓ ସଂଶୋଧିତ ଆଇନ – ୨୦୧୨ ଉପରେ କାର୍ଯ୍ୟକାରୀ କରାଯାଉ ନାହିଁ। ଏପରିକି ସରକାରଙ୍କ ପ୍ରଦତ୍ତ ଆଇନ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ ନ ଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଅଣ ଆଦିବାସୀ ଙ୍କୁ ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ସରକାର ଙ୍କ ଆଇନ ଅନୁଯାୟୀ ଗ୍ରାମ ସଭା ର ସର୍ବ ମାନ୍ୟତା ରହିଥିବା ବେଳେ ଗ୍ରାମ ସଭା କୁ ବନ ବିଭାଗ ଓ ତହସିଲ ବିଭାଗ ଏହାକୁ ଗ୍ରହଣ କରୁ ନାହାନ୍ତି। ଏପରିକି ବନ ବିଭାଗ ମାପ କାର୍ଯ୍ୟ ରେ ସାମିଲ ରହୁ ନ ଥିବା ବେଳେ ଅନେକ କାରଣ ଦର୍ଶାଇ ଟାଳଟୁଲ ନୀତି ଅବଲମ୍ବନ କରୁଛି। କୌଣସି ପଡ଼ା ଗ୍ରାମ କୁ ରାଜସ୍ବ ମାନ୍ୟତା ପ୍ରଦାନ କରାଯାଉ ନାହିଁ। ଏପରିକି ପାଟଦରାହ ଗ୍ରାମରେ ବନ ବିଭାଗର ଚାରା ରୋପଣ କାର୍ଯ୍ୟ ରେ ଶ୍ରମିକ ମାନଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କାର ଶ୍ରମିକ ମାନଙ୍କୁ ନ ଦେଇ ହଡ଼ପ କରାଯାଇଛି। ଏହା ଉପରେ ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ବୋଡ଼େନ ବ୍ଲକ ର କୃଷି କାର୍ଯ୍ୟାଳୟ ପକ୍ଷରୁ ଜମି ଜଙ୍ଗଲ ପଟ୍ଟା ପାଇଥିବା ନିରୀହ ଆଦିବାସୀଙ୍କୁ ଙ୍କୁ ବୀମା ବାବଦ ରେ ଜଣ ପିଛା ପାଞ୍ଚ ଶହ ଟଙ୍କା ନେଇ ଶୋଷଣ କରିଥିବା ଅଭିଯୋଗ ହୋଇଥଲା। ଏପରି ଅନେକ ସମସ୍ୟା ନେଇ ବୋଡ଼େନ ବ୍ଲକ ର ବରଗଛ ଛକ ନିକଟରେ ଏକ ବିରାଟ ସମାବେଶ କରି  ସୋଭା ଯାତ୍ରା ରେ କୃଷି କାର୍ଯ୍ୟାଳୟ ପରେ ବନ ବିଭାଗ ଓ ତହସିଲ ଅଫିସ ଘେରାଉ କରାଯିବା ପରେ କୌଣସି ସମାଧାନ ନ ହେବାରୁ ବୋଡ଼େନ ତହସିଲ ଅଫିସ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିଲା। ଏହି ସମାବେଶ ରେ ନୂଆପଡ଼ା ଜିଲ୍ଲା ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ଜିଲ୍ଲା ଆବାହକ ମେଘନାଦ ଖର୍ସେଲ, ଖୁଟୁରାମ ସୁନାନୀ, ହୀରାଲାଲ ମାଝୀ, ସୌଦାଗର ସାହୁ, ଯୁଧିଷ୍ଟିର ସାହୁ, ଶୁଭ୍ରାଂଶୁ କୁମାର ନାଏକ, ହନୁରାମ ମାଝୀ, ସଚିନ ମାଝୀ, ଉଦ୍ଧବ ମାଝୀ, ବାବାଜୀ ମାଝୀ, ବ୍ରଜ ମାଝୀ, ତୁଳସୀ ରାମ ମାଝୀ, ରତ୍ନାକର ମାଝୀ, ରୁଦ୍ର ମାଝୀ, ଡିଙ୍ଗର ମାଝୀ, ରଘୁନାଥ ମାଝୀ, ଦ୍ରୋଣ ମାଝୀ, ଅମର ମାଝୀ ସମେତ ଶତାଧିକ ଜଙ୍ଗଲ ଜମି କମିଟି ର ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଉପସ୍ଥିତ ରହିଥିଲେ।
Leave A Reply