Odisha news

ଅପରେସନ ସିନ୍ଦୂର: ପହଲଗାମ ଆତଙ୍କି ହମଲା ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଖୁସି ଓ ବିଜୟ ଉତ୍ସବ                         

0

ନୂଆପଡ଼ା -୭/୫ ( ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖାରିଆର ରୋଡ ଜାତୀୟ ରାଜପଥ ୩୫୩ ଉପରେ  ଭାରତୀୟ ସେନା ଙ୍କୁ ଧନ୍ୟବାଦ ଜଣାଇ ପହଲଗାମ ହମଲା ରେ ପ୍ରାଣ ହରାଇ ଥିବା ୨୭ ଜଣ ନିରୀହ ବ୍ୟକ୍ତିଙ୍କ ଗଣହତ୍ୟା ବିରୋଧ ରେ ଅପରେସନ ସିନ୍ଦୂର ମାଧ୍ୟମ ରେ ପ୍ରତିଶୋଧ ନେଇ ଥିବାରୁ  ଜନ୍  ସାଧାରଣ ମିଠା ବାଣ୍ଟି ଖୁସି ମାନାଇ, ଆତସବାଜି କରି ବ୍ୟାଣ୍ଡ ବାଜା ବଜାଇ ଝୁମି ଉଠିଥିଲେ। ଏହି ଅବସର ରେ ଗୋଲ୍ଡି ଅଗ୍ରୱାଲା, ଶ୍ୟାମ କେଶରୱାନି, ଜିନ୍ଦି ବଗ୍ଗା ପ୍ରମୁଖ ସହ ସହର ର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହି ଭଳି ଖଡିଆଳ ହେଲଥ କ୍ଲବ ପକ୍ଷ ରୁ ପହଲଗାମ ଆତଙ୍କବାଦୀ ହତ୍ୟାକାଣ୍ଡର ଉଚିତ୍ ଜବାବ ସହ ଆତଙ୍କବାଦୀ ଙ୍କୁ ନିପାତ କରିବା ଉଦ୍ଧେଶ୍ୟ ନେଇ ମିଶନ ସିନ୍ଦୁରର ସଫଳତା ନେଇ ଖୁସି ମାନାଇଛନ୍ତି । ଭାରତୀୟ ତ୍ରିରଙ୍ଗା ପତାକା ନେଇ ଭାରତ ମାତା ର ଜୟ ଘୋଷ ନାରା ଦେଇ  ଭାରତର ତିନି ସୈନ୍ୟ ବାହିନୀ ଙ୍କ ମିଳିତ ଅପରେସନ ର ସଫଳତା ନେଇ ମିଠା ବାଣ୍ଟି ଖୁସି ବ୍ୟକ୍ତ କରିଥିଲେ। ଆତାସ ବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି ସଭାରେ ଜାତୀୟ ସୁରକ୍ଷା ଏକାଡେମୀ ପୁନା ର ଅବସର ପ୍ରାପ୍ତ ଅଧ୍ୟାପକ ଜଗମୋହନ ମେହେର ଯୋଗ ଦେଇ ଭାରତ ବିଜୟ ର ଉଲ୍ଲେଖନୀୟ ହେବା ସହ ୧୯୭୧ ପରେ ତିନି ସେନା ମିଳିତ ଭାବରେ ଅପରେସନ ସିନ୍ଦୁର କୁ ସଫଳ କରିଛନ୍ତି ବୋଲି କହିଥିଲେ। ସେହିପରି ଏହି ଅପରେସନ ନାମ  ପ୍ରଧାନମନ୍ତ୍ରୀ ଦେଇଥିବା ବେଳେ ପାହଲଗାମ ରେ ମହିଳା ମାନେ ସିନ୍ଦୂର  ହରାଇଥିବା  ବେଳେ ମହିଳା ଙ୍କ ପାଇଁ ଉପଯୁକ୍ତ ନ୍ୟାୟ ପ୍ରଦାନ ର ସୁହାଗ ର ପ୍ରତୀକ ବୋଲି କହିଥିଲେ। ସଭାରେ ଡ଼.ପଦ୍ମ ଲୋଚନ ବର୍ମା, ବିଜୟ କୁମାର ସହିଶ୍, ବଜରଙ୍ଗ ଅଗ୍ରୱାଲ, ଶଙ୍କର ପୁରୋହିତ, ଶ୍ୟାମ କୁମାର ସାହୁ, ଆଲୋକ ରଥ, ବଣ୍ଟି  ଶୁକ୍ଳା,କୁଲଦିପ ବର୍ମା ସହ ବହୁ ଯୁବକ ଯୋଗ ଦେଇ ଖୁସି ମାନାଇଛନ୍ତି। ଏହି ଭଳି ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଆତସବାଜି କରି ମିଠା ବାଣ୍ଟି ,ବାଜା ବଜାଇ ନୃତ୍ୟ କରି ଖୁସି ରେ ଝୁମି ତିନି ଭାରତୀୟ ସେନା ବାହିନୀ ଙ୍କୁ ଶୌର୍ଯ୍ୟ ପରାକ୍ରମ ଓ ବୀରତା ପାଇଁ ଧନ୍ୟବାଦ୍ ଦେଇଥିବା ଜଣାପଡିଛି।

Ad2
Leave A Reply